Categories: ଜାତୀୟ

ଭାରତରେ ଭୁଟାନ ରାଜା ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୪।୪: ଭୁଟାନ ରାଜା ଜିଗ୍‌ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍‌ ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବଙ୍ଗଚୁକ୍‌ଙ୍କୁ ସ୍ବାଗତ କରିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଓ୍ବାଙ୍ଗଚୁକ୍‌ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ଓ ସୁରକ୍ଷା ଦୃଷ୍ଟିରୁ ଭାରତ ଓ ଭୁଟାନ ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ। ସେହିପରି ହାଇଡ୍ରୋପ୍ରୋଜେକ୍ଟ ସାଙ୍ଗକୁ ଭାରତ ଭୁଟାନର ମୁଖ୍ୟ ବାଣିଜି୍ୟକ ସହଯୋଗୀ। ୨୦୧୭ରେ ଭୁଟାନ ସଂଲଗ୍ନ ଅଞ୍ଚଳ ଡୋକ୍‌ଲାମ ତ୍ରିକୋଣୀୟ କ୍ଷେତ୍ରରେ ଚାଇନା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଭାରତ ଏହାକୁ ବିରୋଧ କରିବାରୁ ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।

Share