BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ କୋବ୍ରାକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ଜଣାପଡ଼ିଥିଲା ଯେ ସାପଟି ଦଳର ଜିଲାଧ୍ୟକ୍ଷ ରାଜେଶ ଶୁକ୍ଳାଙ୍କ ରୁମ୍‌ରେ ଲାଗିଥିବା AC ଭିତରେ ଲୁଚି ରହିଥିଲା। ସୂଚନା ଅନୁସାରେ, କାର୍ଯ୍ୟାଳୟର ଜଣେ କର୍ମଚାରୀ ରୁମ ସଫା କରିବାକୁ ଯାଇଥିବା ବେଳେ ACର ପଛପଟେ ଏକ ଲମ୍ବା ଲାଞ୍ଜ ଦେଖିଥିଲେ। କୌଣସି ଜୀବ ଥିବା ସନ୍ଦେହ କରି ସେ ଏକ ବାଡ଼ିରେ ତାହାକୁ ହଲାଇଥିଲେ। ଏହାପରେ ସାପର ଶରୀରର ଅଧାରୁ ଅଧିକ ଅଂଶ ବାହାରକୁ ଆସିଥିଲା। କିଛି ସମୟ ପରେ କିଙ୍ଗ କୋବ୍ରାର ମୁଣ୍ଡ ACର ସାମ୍ନା ପଟରୁ ବାହାରିବା ପରେ କର୍ମଚାରୀ ଜଣକ ଭୟରେ ରୁମ୍‌ରୁ ଦୌଡ଼ି ବାହାରକୁ ଚାଲିଆସିଥିଲେ। ସେ ତୁରନ୍ତ ଜିଲାଧ୍ୟକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବନ ବିଭାଗର ଟିମ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ଟିମ ACର ପଛପଟରୁ କିଙ୍ଗ କୋବ୍ରାକୁ ବାହାର କରିଥିଲା।

Dharitri – Odisha’s No.1 Odia Daily

Share