Categories: ଫୁରସତ

ଦୁଇ ସିଂହକୁ ଅଟକାଇଦେଲା ଅହିରାଜ, ଭିଡିଓ ଦେଖିଲେ…

ସିଂହ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଏବଂ ଭୟଭୀତ ପଶୁ ବୋଲି କୁହାଯାଏ। ତା’ ସାମ୍ନାକୁ ଯିବାକୁ କେହି ବି ସାହସ କରନ୍ତି ନାହିଁ। କାରଣ ଯଦି କେହି ସାମ୍ନାକୁ ଆସନ୍ତି, ତେବେ ସହଜେ ବର୍ତ୍ତିବା ସମ୍ଭବ ହୋଇ ନ ଥାଏ। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସିଂହକୁ ଅଟକାଇ ଦେଇଛି ଏକ ଅହିରାଜ ସାପ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

daniel_wildlife_photography ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଏଥିରେ ଦେଖିବାକୁ ମିଳିଛି ଅହିରାଜଟି ଯେତେବେଳେ ରାସ୍ତାକୁ ଆସୁଛି ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଦୁଇଟି ସିଂହ ଅଟକି ଯାଉଛନ୍ତି। ସାପକୁ ଦେଖି ସିଂହ ଦୁଇଟି ଭୟଭୀତ ହୋଇ ଗୋଟିଏ ସ୍ଥାନରେ ଠିଆ ହୋଇଗଲେ। ଭିଡିଓ ଦେଖିଲେ ଲାଗୁଛି ଆଗକୁ ବଢ଼ିବାକୁ ସେମାନଙ୍କର ଯେମିତି ସାହସ ନାହିଁ। ସେଠାରେ ଦୀର୍ଘ ସମୟ ଧରି ଠିଆ ହେଲେ। ଯେତେବେଳେ ଅହିରାଜ ଜଙ୍ଗଲ ଭିତରକୁ ଚାଲିଗଲା ସେମାନେ ଟିକେ ଆଗକୁ ବଢ଼ିଲେ। ଏହି ସମୟରେ ଏହି ଝିଟିପିଟି ବାହାରି ଆସିଲା। ସିଂହ ଦୁଇଟି ଏତେ ଭୟଭୀତ ହୋଇଯାଥିଲେ ସେ ଝିଟିପିଟିକୁ ସାପ ବୋଲି ଭାବି ନେଇଥିଲେ। ଭୟରେ ତା’ ପାଖକୁ ଯିବାକୁ ବି ସାହସ କଲେନାହିଁ।

ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ବାସ୍ତବରେ, ଅହିରାଜ ଏଠାରେ ଏକ ଝିଟିପିଟି ଶିକାର କରୁଥିଲା। ତା’ପରେ ସିଂହମାନେ ଆସିଲେ। ପ୍ରଥମେ ସିଂହମାନେ ସାପକୁ ଭୟଭୀତ କରିବାକୁ ଚାହୁଁଥିଲେ, କିନ୍ତୁ ଯେତେବେଳେ ଏହା ଯାହା ନ ଥିଲା ସେତେବେଳେ ସିଂହଦ୍ୱୟ ନିଜେ ଭୟଭୀତ ହୋଇଗଲେ। ପରେ ସିଂହମାନଙ୍କୁ ଦେଖି ସାପ ଝିଟିପିଟି ଛାଡ଼ି ଜଙ୍ଗଲକୁ ଚାଲିଗଲା।

ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୭୦୦୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହାକୁ ହଜାର ହଜାର ଥର ଦେଖାସରିଲାଣି। ଅନେକ ୟୁଜର କହିଛନ୍ତି, ଜଙ୍ଗଲୀ ଜନ୍ତୁ ମଧ୍ୟ ଜାଣନ୍ତି ଅହିରାଜ କେତେ ବିଷାକ୍ତ ଆଉ ବିପଜ୍ଜନକ ହୋଇପାରେ।

Share