କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ଆସନ୍ତା ବର୍ଷ, ତାରିଖ ହେଲା ଘୋଷଣା…

ଲଣ୍ଡନ,୧୨।୧୦ : ଆସନ୍ତା ବର୍ଷ ବ୍ରିଟେନର ମହାରାଜା ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବେ। ଏଥିପାଇଁ ୬ ମଇ ୨୦୨୩ ତାରିଖ ସ୍ଥିର କରାଯାଇଛି। ୱେଷ୍ଟମିନିଷ୍ଟର ଆବେରେ ଏହି ସମାରୋହ ଅନୁଷ୍ଠିତ ହେବ। ମଙ୍ଗଳବାର ବକିଙ୍ଗହମ ପ୍ୟାଲେସ ଏହି ଘୋଷଣା କରିଛି। ରୟାଲ ଫ୍ୟାମିଲିର ଏକ ଟୁଇଟରେ କୁହାଯାଇଛି ଯେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ୬ ମଇ ୨୦୨୩ ଶନିବାର ଅନୁଷ୍ଠିତ ହେବ। ଏହି ସମାରୋହରେ ରାଣୀ କନ୍ସର୍ଟ ମଧ୍ୟ ରାଜା ଚାଲର୍‌ସ ତୃତୀୟଙ୍କ ସହିତ ମୁକୁଟ ପିନ୍ଧିବେ।

ଗତ ମାସରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ୭୩ ବର୍ଷ ବୟସ୍କ ଚାଲର୍‌ସଙ୍କ ବ୍ରିଟେନର ରାଜା ଘୋଷିତ କରାଯାଇଥିଲା। କିନ୍ତୁ ତାଙ୍କ ଏବଂ ତାଙ୍କ ସ୍ତ୍ରୀ କାମିଲାଙ୍କ ପାଇଁ ଭବ୍ୟ ରାଜାଭିଷେକ ସମାରୋହ ଅନୁଷ୍ଠିତ ହେବ।

ବକିଙ୍ଗହମ ପ୍ୟାଲେସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ରାଜାଭିଷେକ ମହାରାଜାଙ୍କ ବର୍ତ୍ତମାନର ତଥା ଭବିଷ୍ୟତର ଭୂମିକାକୁ ପ୍ରତିଫଳିତ କରିବ। ଏହା ବ୍ୟତୀତ ଦୀର୍ଘ ଦିନର ପରମ୍ପରା ଏବଂ ରାଜକୀୟ ପ୍ରଥାକୁ ପ୍ରଦର୍ଶନ କରିବ। ପାରମ୍ପରିକ ଭାବରେ, ରାଜାଭିଷେକ ଏକ ପରାମ୍ପରାଗତ ଧାର୍ମିକ କାର୍ଯ୍ୟକ୍ରମ। ଯାହା ଏକ ଉତ୍ସବ ଭାବରେ ଆୟୋଜିତ ହୋଇଥାଏ। ଏହି ସମାରୋହକୁ ଅଙ୍ଗଲିକାନ କମ୍ୟୁନିଅନର ଆଧ୍ୟାତ୍ମିକ ମୁଖ୍ୟ କ୍ୟାଣ୍ଟରବେରିର ଆର୍କବିଶପ ପରିଚାଳନା କରିବେ । ଗତ ୯୦୦ ବର୍ଷ ଧରି ୱେଷ୍ଟମିନିଷ୍ଟର ଆବେରେ ରାଜାଭିଷେକ ସମାରୋହ ଅନୁଷ୍ଠିତ ହୋଇଆସୁଛି।

Share