କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ଆସନ୍ତା ବର୍ଷ, ତାରିଖ ହେଲା ଘୋଷଣା…

ଲଣ୍ଡନ,୧୨।୧୦ : ଆସନ୍ତା ବର୍ଷ ବ୍ରିଟେନର ମହାରାଜା ଚାଲର୍‌ସ ତୃତୀୟ ମୁକୁଟ ପିନ୍ଧିବେ। ଏଥିପାଇଁ ୬ ମଇ ୨୦୨୩ ତାରିଖ ସ୍ଥିର କରାଯାଇଛି। ୱେଷ୍ଟମିନିଷ୍ଟର ଆବେରେ ଏହି ସମାରୋହ ଅନୁଷ୍ଠିତ ହେବ। ମଙ୍ଗଳବାର ବକିଙ୍ଗହମ ପ୍ୟାଲେସ ଏହି ଘୋଷଣା କରିଛି। ରୟାଲ ଫ୍ୟାମିଲିର ଏକ ଟୁଇଟରେ କୁହାଯାଇଛି ଯେ କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜାଭିଷେକ ୬ ମଇ ୨୦୨୩ ଶନିବାର ଅନୁଷ୍ଠିତ ହେବ। ଏହି ସମାରୋହରେ ରାଣୀ କନ୍ସର୍ଟ ମଧ୍ୟ ରାଜା ଚାଲର୍‌ସ ତୃତୀୟଙ୍କ ସହିତ ମୁକୁଟ ପିନ୍ଧିବେ।

ଗତ ମାସରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ୭୩ ବର୍ଷ ବୟସ୍କ ଚାଲର୍‌ସଙ୍କ ବ୍ରିଟେନର ରାଜା ଘୋଷିତ କରାଯାଇଥିଲା। କିନ୍ତୁ ତାଙ୍କ ଏବଂ ତାଙ୍କ ସ୍ତ୍ରୀ କାମିଲାଙ୍କ ପାଇଁ ଭବ୍ୟ ରାଜାଭିଷେକ ସମାରୋହ ଅନୁଷ୍ଠିତ ହେବ।

ବକିଙ୍ଗହମ ପ୍ୟାଲେସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ରାଜାଭିଷେକ ମହାରାଜାଙ୍କ ବର୍ତ୍ତମାନର ତଥା ଭବିଷ୍ୟତର ଭୂମିକାକୁ ପ୍ରତିଫଳିତ କରିବ। ଏହା ବ୍ୟତୀତ ଦୀର୍ଘ ଦିନର ପରମ୍ପରା ଏବଂ ରାଜକୀୟ ପ୍ରଥାକୁ ପ୍ରଦର୍ଶନ କରିବ। ପାରମ୍ପରିକ ଭାବରେ, ରାଜାଭିଷେକ ଏକ ପରାମ୍ପରାଗତ ଧାର୍ମିକ କାର୍ଯ୍ୟକ୍ରମ। ଯାହା ଏକ ଉତ୍ସବ ଭାବରେ ଆୟୋଜିତ ହୋଇଥାଏ। ଏହି ସମାରୋହକୁ ଅଙ୍ଗଲିକାନ କମ୍ୟୁନିଅନର ଆଧ୍ୟାତ୍ମିକ ମୁଖ୍ୟ କ୍ୟାଣ୍ଟରବେରିର ଆର୍କବିଶପ ପରିଚାଳନା କରିବେ । ଗତ ୯୦୦ ବର୍ଷ ଧରି ୱେଷ୍ଟମିନିଷ୍ଟର ଆବେରେ ରାଜାଭିଷେକ ସମାରୋହ ଅନୁଷ୍ଠିତ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଦଳ ବିଜୟୀ

ଟୋକିଓ,୯ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ…

ପାକ୍‌ ଏଜେଣ୍ଟ ସହ ଗୌରବ, ତାଙ୍କ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ: ହିମନ୍ତ

ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri