କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ନାହିଁ ମେଘନ ମାର୍କେଲ

ଲଣ୍ଡନ,୬।୫: ବ୍ରିଟେନରେ କିଙ୍ଗ ଚାର୍ଲସଙ୍କର ଶନିବାର ରାଜ୍ୟାଭିଷେକ ହେବାକୁ ଯାଉଛି। ଏହି ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ହେଲେ ଏବେବି ବ୍ରିଟେନ ରାଜ ପରିବାରରେ ସବୁକିଛି ଠିକ ନାହିଁ। ଗୋଟିଏ ପଟେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ପାଇଁ ସାରା ବିଶ୍ୱରୁ ଭିଆଇପି ଅତିଥି ଓ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଲଣ୍ଡନ ପହଞ୍ଚିଛନ୍ତି, ଅନ୍ୟପଟେ ରାଜ ପରିବାରର ସଦସ୍ୟ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ମେଘନ ମାର୍କେଲ ସାମିଲ ହେବେ ନାହିଁ। ମେଘନ ମାର୍କେଲଙ୍କ ସହ ତାଙ୍କ ସନ୍ତାନ ପ୍ରିନ୍ସ ଆର୍ଚି ଓ ପ୍ରିଂସେସ ଲିଲିବେଟ ବି ଏହି ଐତିହାସିକ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ମେଘନ ମାର୍କେଲ ତାଙ୍କ ପିଲାଙ୍କ ସହ କାଲିଫର୍ନିଆରେ ରହିବେ। ହେଲେ ପ୍ରିନ୍ସ ହ୍ୟାରି ତାଙ୍କ ପିତାଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ସାମିଲ ହେବେ।

Share