କାଇନେଟିକ୍‌ ଗ୍ରୀନ୍‌ର ଜିଙ୍ଗ୍‌ ହାଇ-ସ୍ପିଡ୍‌ ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୧୧ା୯: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ(ଇଭି) ନିର୍ମାତା କାଇନେଟିକ୍‌ ଗ୍ରୀନ୍‌ ଏନର୍ଜି ଆଣ୍ଡ ପାୱାର ସଲ୍ୟୁସନ ଲିମିଟେଡ୍‌ ପକ୍ଷରୁ ୨ଚକିଆ ଇଭି ଯାନ ଜିଙ୍ଗ୍‌ ହାଇ ସ୍ପିଡ୍‌ ସ୍କୁଟର (ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌) ର ବଜାର ପ୍ରବେଶ ସହ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଆଧୁନିକ, ସମସାମୟିକ ଆରୋହୀଙ୍କଠାରୁ ପ୍ରେରଣା ନେଉଥିବା ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌ ଏକ ଜୀବନଶୈଳୀ ଷ୍ଟେଟମେଣ୍ଟ । ଏ ସମ୍ପର୍କରେ କାଇନେଟିକ୍‌ ଗ୍ରୀନ୍‌ର ପ୍ରତିଷ୍ଠାତା ତଥା ସିଇଓ ସୁଲଜ୍ଜା ଫିରୋଡିଆ ମୋଟଓ୍ବାନି କହିଛନ୍ତି, ଜିଙ୍ଗ୍‌ ବୈଦ୍ୟୁତିକ ସୁଟରର ଶୁଭାରମ୍ଭ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ଏବଂ ଶ୍ରେଣୀ-ରେ-ଶ୍ରେଷ୍ଠ ୧୨୫ କିଲୋମିଟର ପରିସର ଏବଂ ବୈଶିଷ୍ଟ୍ୟ ସହ ଏହି ମଡେଲ ଲଞ୍ଚ କରି ମୁଁ ଖୁବ୍‌ ଗର୍ବିତ। ୨୦୨୨-୨୩ ପାଇଁ ଉଚ୍ଚ ବେଗ ସ୍କୁଟର ଏବଂ ଆମର ବୈପ୍ଲବିକ ଇ-ଲୁନାରେ ଏକାଧିକ ଯାଚନା ସହ ପୋର୍ଟଫୋଲିଓ ବିସ୍ତାର କରିବାକୁ କମ୍ପାନୀର ଆକ୍ରମଣାମତ୍କ ଯୋଜନା ରହିଛି। କାଇନେଟିକ୍‌ ଗୋଷ୍ଠୀର ୨ଚକିଆ କ୍ଷେତ୍ରରେ ଅତୁଳନୀୟ ଅଭିଜ୍ଞତା ରହିଛି। କାଇନେଟିକ୍‌ ଲୁନା ଏବଂ କାଇନେଟିକ୍‌ ହୋଣ୍ଡା ସ୍କୁଟର ଏବଂ କାଇନେଟିକ୍‌ ଗ୍ରୀନ୍‌ ପରି ଉନ୍ନତ ତଥାପି ସୁଲଭ ମୂଲ୍ୟରେ ୨ ଚକିଆ ଯାନ ବିକାଶରେ ଆଗାମୀ ବର୍ଷରେ ବୈଦ୍ୟୁତିକ ୨ଚକିଆ କ୍ଷେତ୍ରରେ ଅନେକ ଉସତ୍ାହ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ବ୍ରାଣ୍ଡ୍‌ ଭାରତରେ ବୈଦ୍ୟୁତିକ ୨ଚକିଆ ଯାନ କ୍ଷେତ୍ରରେ ବିପ୍ଲବ ଆଣିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri