ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଶୁଭାରମ୍ଭ

ଭୁବନେଶ୍ୱର,୧୧ା୯: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ସହଯୋଗୀ ସଂସ୍ଥା ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି। ଏପରିକି ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ୍‌ ସ୍ପେଶିଆଲିଟି କଫି ରୋଷ୍ଟର ଭାବେ ପରିଚିତ। ବର୍ଷକ ପର୍ଯ୍ୟନ୍ତ ବ୍ଲୁ ଟୋକାଇ ଦ୍ୱାରା ସମସ୍ତ କଫି କର୍ନାଟକ ଏବଂ ତାମିଲନାଡ଼ୁରେ ଅବସ୍ଥିତ ପ୍ରମୁଖ ଫାର୍ମ ଏବଂ ଇଷ୍ଟେଟରୁ ଆସିଥିଲା। କେଡିଏଫ୍‌ ଉଦ୍ୟମରେ ବ୍ଲୁ ଟୋକାଇ ଦଳ କୋରାପୁଟର ଏକାଧିକ ଫାର୍ମରୁ କଫିର ସ୍ବାଦ ଚାଖିବାରେ ସକ୍ଷମ ହୋଇଥିଲେ। ପ୍ରଥମଥର ପାଇଁ ପାନ୍‌-ଇଣ୍ଡିଆ ସ୍ତରରେ ଏହାର ଶୁଭାରମ୍ଭ ପାଇଁ କୋରାପୁଟ ଜିଲାର ଦୁଇଟି ଫାର୍ମରୁ କଫି ଚୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ , ଉକ୍ତ ଦୁଇ ଚାଷୀ ମଧୁ ଆଗ୍ରୋ ପ୍ଲାଣ୍ଟେଶନ ଏବଂ ମା’ମଙ୍ଗଳା ପ୍ଲାଣ୍ଟେଶନ ବ୍ଲୁ ଟୋକାଇ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ମହିଳା ଉଦ୍ୟୋଗୀ ପରିଷଦ ଆବାହକ ସୁକୀର୍ତ୍ତି ପଟ୍ଟନାୟକ ଏବଂ ସହ ଆବାହକ ତନୟା ପଟ୍ଟନାୟକ ବ୍ୟବସାୟ ପୁରସ୍କାର ସହ ଅଂଶୀଦାରମାନଙ୍କୁ ଉସତ୍ାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିସି ମହିଳା କାଉନସିଲର ପ୍ରମୁଖ ସଦସ୍ୟା ତଥା କେଡିଏଫ୍‌ର ପ୍ରତିଷ୍ଠାତା ପ୍ରୀତି ପଲ୍ଲଭୀ ପଟ୍ଟନାୟକ, ସହପ୍ରତିଷ୍ଠାତା ଅଂଶୁମାନ ରଥ, ଅନ୍ୟ ସହପ୍ରତିଷ୍ଠାତା ଲାବଣେନ୍ଦୁ ଦାସଙ୍କ ସମେତ ଆଇଏନ୍‌ଡବ୍ଳ୍ୟୁଇସିର ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri