କିମ୍‌ଙ୍କ ରୁଷିଆ ଗସ୍ତ ଶେଷ

ମସ୍କୋ,୧୭ା୯: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ ରବିବାର ରୁଷିଆ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିମ୍‌ ତାଙ୍କ ସଶସ୍ତ୍ର ଟ୍ରେନରେ ଫେରିଯାଇଛନ୍ତି।

କିମ୍‌ ରୁଷିଆର ଛାଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆର୍ଟୋମ-ପ୍ରାଇମୋରସ୍କି-୧ ଷ୍ଟେଶନରେ ଏକ ‘ବିଦାୟ ସମାରୋହ’ ଅନୁଷ୍ଠିତ ହୋଇଥିଲା। ଏଥିରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ କିମ୍‌ଙ୍କୁ ବିଦାୟ ଦେଉଥିବାର ଦେଖିବାକୁ ମିଳିଛି।  ରିପୋର୍ଟରୁ ପ୍ରକାଶ ଯେ, କିମ୍‌ଙ୍କ ସଶସ୍ତ୍ର ଟ୍ରେନ ସୀମା ଆଡ଼କୁ ୨୫୦ କିଲୋମିଟର ଅଭିମୁଖେ ଯାଉଥିଲା।

Share