କିମ୍‌ଙ୍କ ତାଲିବାନୀ ଦଣ୍ଡ: ଦକ୍ଷିଣ କୋରିଆ ଫିଲ୍ମ ଦେଖିଥିବା ୨ ବାଳକଙ୍କୁ ଗୁଳି କରି ହତ୍ୟା…

ପ୍ୟୋଙ୍ଗୟାଙ୍ଗ,୬।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ନିଷ୍ଠୁରତା ଏବଂ କ୍ରୁରତା ସୀମା ଟପିଛି। ଏବେ କିମ୍‌ ଙ୍କ ତାଲିବାନୀ ଦଣ୍ଡ ସମ୍ପର୍କରେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି। ୨ଜଣ ବାଳକ ଦକ୍ଷିଣ କୋରିଆ ଫିଲ୍ମ ଦେଖିବା ଏବଂ ଏହାକୁ ଶେୟାର କରିବା ଯୋଗୁ ସେମାନଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇ ଗୁଳି କରି ହତ୍ୟା କରାଯାଇଛି।

ରେଡିଓ ଫ୍ରି ଏସିଆ ଅନୁଯାୟୀ, ପ୍ରଥମ ଥର ପାଇଁ ଏହି ପ୍ରକାରର ଦଣ୍ଡକୁ ଉତ୍ତର କୋରିଆରେ ଦିଆଯାଇଛି। କିମ୍‌ଙ୍କ ନିୟମ ଅନୁସାରେ ଦକ୍ଷିଣ କୋରିଆ କୌଣସି ଉତ୍ପାଦକୁ ବ୍ୟବହାର କରିବାକୁ ଉତ୍ତର କୋରିଆ ସରକାର ବାରଣ କରିଛନ୍ତି। ୨ ବାଳକଙ୍କ ବୟସ ୧୬-୧୭ ବର୍ଷ ବୋଲି କୁହାଯାଉଛି।

ଅକ୍ଟୋବର ପ୍ରାରମ୍ଭରେ, ଦୁଇ ନାବାଳିକ, ଉତ୍ତର କୋରିଆର ରୟାଙ୍ଗଗେଙ୍ଗ ଅଞ୍ଚଳରେ ଧରାପଡ଼ିଥିଲେ। ଏହି ଅଞ୍ଚଳର ଚାଇନା ସହିତ ସୀମା ରହିଛି। ପରେ ୨ ନାବାଳକଙ୍କୁ ସର୍ବସାଧାରଣରେ ଗୁଳି କରାଯାଇଥିଲା। କିମ୍‌ ସରକାରଙ୍କ ଶାସନ ଅନୁଯାୟୀ, କିଶୋରମାନଙ୍କ ଦ୍ୱାରା କରାଯାଇଥିବା ଅପରାଧ ଗୁରୁତର ଥିଲା।

Share