ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ,୨୪ା୧୧: ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ନେଇ ଦକ୍ଷିଣ କୋରିଆର ବିବୃତ୍ତି ପରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଭଉଣୀ ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।କିମଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆର ନୂତନ ରାଷ୍ଟ୍ରପତିଙ୍କୁ ମୁର୍ଖ ବୋଲି କହିଛନ୍ତି। ତାଙ୍କ ସରକାର ଆମେରିକା ଫିଙ୍ଗିଥିବା ହାଡ଼ ଖଣ୍ଡ ଆଡକୁ କୁକୁର ପରି ଦୌଡୁଛି ବୋଲି କହିଛନ୍ତି।

କିମ୍‌ଙ୍କ ଭଉଣୀଙ୍କ ଏହି ମନ୍ତବ୍ୟ ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିର ଦୁଇ ଦିନ ପରେ ଲୋକଲୋଚନକୁ ଆସିଛି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରଣାଳୟ ଉତ୍ତର କୋରିଆ ଉପରେ ଅତିରିକ୍ତ କଟକଣା ଉପରେ ବିଚାର କରୁଛି ବୋଲି କହିଛି।

Share