ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ ଗୁପ୍ତଚର ଉପଗ୍ରହର ଶେଷ ପର୍ଯ୍ୟାୟ ପରୀକ୍ଷା କରିଛି। ଏହି ପରୀକ୍ଷା ଜାପାନ ଏବଂ ଦକ୍ଷିଣ କୋରିଆ ପାଇଁ ଏକ ବଡ଼ ବିପଦ।

ପଡୋଶୀ ଦେଶର କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ପରୀକ୍ଷଣର ଉଦ୍ଦେଶ୍ୟ। କେବଳ ଏତିକି ନୁହେଁ କିମ ଜୋଙ୍ଗ ଏପ୍ରିଲ ୨୦୨୩ ସୁଦ୍ଧା ଏହି ଉପଗ୍ରହର ଉତକ୍ଷେପଣ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଦକ୍ଷିଣ କୋରିଆ ଏବଂ ଜାପାନ ସୈନ୍ୟବାହିନୀ ଉତ୍ତରକୋରିଆର ପୂର୍ବ ଉପକୂଳ ଆଡକୁ ଦୁଇଟି ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିବା ପରେ ଏହି ରିପୋର୍ଟ ଆସିଛି।

ଗୁପ୍ତଚର ଉପଗ୍ରହ ଆଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ। ଏହି ଗୁପ୍ତଚର ଉପଗ୍ରହରେ ଉତ୍ତର କୋରିଆର ସ୍ପେସ ଏଜେନ୍ସି ଏନଏଡିଏ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ସାମିଲ କରାଯାଇଛି। ଏହାଦ୍ୱାରା ମହାକାଶରେ କ୍ୟାମେରା ଅପରେଟିଂ ଟେକ୍ନୋଲୋଜି, ଯୋଗାଯୋଗ ଉପକରଣର ତଥ୍ୟ ପ୍ରକ୍ରିୟାକରଣ, ଟ୍ରାନ୍ସମିସନ କ୍ଷମତା, ଟ୍ରାକିଂ ଏବଂ ନିୟନ୍ତ୍ରଣ ସଠିକତା ଭଳି ନିଶ୍ଚିତ କାର୍ଯ୍ୟ ସମ୍ପନ୍ନ ହେବ।

Share