ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କିମ୍‌ଙ୍କ ଆଲୋଚନା

ସିଓଲ,୧୭ା୯: ରୁଷିଆ ଏବଂ ଉତ୍ତର କୋରିଆର ସୈନ୍ୟବାହିନୀ ମଧ୍ୟରେ ରଣନୀତି ଏବଂ କୌଶଳ ସମନ୍ବୟକୁ ମଜବୁତ କରିବା ପାଇଁ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ରବିବାର ନିଶ୍ଚିତ କରିଛି ଯେ, କିମ୍‌ ରୁଷିଆଠାରୁ ଦୂର ପୂର୍ବକୁ ଯାତ୍ରା ଜାରି ରଖିଛନ୍ତି। ଯାହା ୟୁକ୍ରେନ ଉପରେ ମସ୍କୋର ଯୁଦ୍ଧକୁ ବଢ଼ାଇବ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଶୁକ୍ରବାର କିମ୍‌ଙ୍କୁ ୟୁକ୍ରେନ ଯୁଦ୍ଧ ପାଇଁ ନିୟୋଜିତ ରୁଷିଆର କେତେକ ଉନ୍ନତ ଅସ୍ତ୍ର ପ୍ରଣାଳୀ ଦେଖାଇଥିଲେ ଏବଂ ଏ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ଆଣବିକ ସକ୍ଷମ ବିସ୍ଫୋରଣକାରୀ ଏବଂ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ଏବଂ ଏହାର ପ୍ରଶାନ୍ତ ମହାସାଗରରେ ଏକ ପ୍ରମୁଖ ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ ଥିଲା।

Share