ହଠାତ ଅସ୍ତ୍ରଶସ୍ତ୍ର କାରଖାନାରେ ପହଞ୍ଚିଲେ କିମ୍‌, ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୬।୮ : ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ଦେଶର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କାରଖାନା ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଯାନବାହନ ଉତକ୍ଷେପଣ ଆଦି ନିର୍ମାଣ କରିଥାଏ। ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇବା ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତି ତ୍ୱରାନ୍ବିତ କରିବାକୁ ସେ ଉଦ୍ୟମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର କୋରିଆ ପକ୍ଷରୁ ଥିବା ବିପଦରମୁକାବିଲା କରିବା ପାଇଁ ଆମେରିକା ଏବଂ ଦକ୍ଷିଣ କୋରିଆ ମିଳିତ ସାମରିକ ଅଭ୍ୟାସର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବାବେଳେ କିମଙ୍କ ତିନି ଦିନିଆ ଗସ୍ତ ଏହି ସମୟରେ ଦୁଇ ସହଯୋଗୀଙ୍କୁ ଚିନ୍ତାରେ ପକାଇଛି।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ଏବଂ ମିଳିତ ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ଯୋଗୁଁ କୋରିଆ ଉପଦ୍ୱୀପରେ ଉତ୍ତେଜନା ଅଧିକ ରହିଛି। କିମ ଏହି ସାମରିକ ଅଭ୍ୟାସକୁ ଆକ୍ରମଣ ଅଭ୍ୟାସ ଭାବରେ ବର୍ଣ୍ଣନା କରୁଛନ୍ତି । କେତେକ ବିଶେଷଜ୍ଞ ଅନୁମାନ କିମଙ୍କ କାରଖାନା ଗସ୍ତ ରୁଷିା ସହିତ ସମ୍ଭାବ୍ୟ ସାମରିକ ସହଯୋଗ ସହ ଜଡିତ ହୋଇପାରେ। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନ୍ୟ ଦେଶମାନଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧରେ ସହଯୋଗ କରିବାକୁ ନିବେଦନ କରିଛନ୍ତି, ଯାହା ଅନ୍ତର୍ଗତ ଉତ୍ତର କୋରିଆ ମସ୍କୋକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଯୋଗାଣ କରୁଛି।

ଉତ୍ତର କୋରିଆର ଅଫିସିଆଲ କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ଅନୁଯାୟୀ କିମ, ବୃହତ-କ୍ୟାଲେବର୍‌ ଆର୍ଟିଲିରି ଉତ୍ପାଦନ କରୁଥିବା ଏକ କାରଖାନାର ଯାଞ୍ଚ ସମୟରେ ଉତ୍ତର କୋରିଆର ଯୁଦ୍ଧ ପ୍ରସ୍ତୁତିରେ କାରଖାନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବଂ କାର୍ଯ୍ୟତ୍‌ ଉପରେ ଗୁରୁତ୍ୱାରୋପ କରିଥିଲେ। କେସିଏନଏ ଅନୁଯାୟୀ, ଗୁଳିଗୋଳର ଗୁଣରେ ଉନ୍ନତି ଆଣିବା, ପ୍ରୋପେଲାଣ୍ଟ ଟ୍ୟୁବ ଉତ୍ପାଦନ ସମୟକୁ ହ୍ରାସ କରିବା ଏବଂ ଉତ୍ପାଦନକୁ ତ୍ୱରାନ୍ବିତ କରିବା ପାଇଁ ବୈଜ୍ଞାନିକ ଏବଂ ବୈଷୟିକ ପଦକ୍ଷେପ ଗ୍ରହଣ କରିଥିବାରୁ କିମ କାରଖାନାର ଉଦ୍ୟମକୁ ପ୍ରଶଂସା କରିଥିଲେ, କିନ୍ତୁ ନୂତନ ପ୍ରକାରର ଗୁଳିଗୋଳା ବିକାଶର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ଆମେରିକା ଏବଂ ଦକ୍ଷିଣ କୋରିଆ ସହିତ ମୁହାଁମୁହିଁ ପରିସ୍ଥିତି ପରେ କିମ ରୁଷିଆ ଏବଂ ଚାଇନା ସହ ସହଭାଗିତାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ସେ କୂଟନୈତିକ ସ୍ତରରେ ନିଜକୁ ପୃଥକ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଆମେରିକା ବିରୋଧରେ ଏକଜୁଟ ହୋଇ ଯୋଗଦେବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri