ଅଣ୍ଟାକୁ ପତଳା କରିବା ଲାଗି ନୂଆ ବିୟର ବିକ୍ରିର ଶୁଭାରମ୍ଭ କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୨୮।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ନିଜ ଇଚ୍ଛା ଅନୁସାରେ ଶାସନ କରୁଛନ୍ତି। ତାଙ୍କ ଅଧୀନରେ ଥିବା ଲୋକମାନେ ଯାହା ଚାହାନ୍ତି ତାହା କରୁଛନ୍ତି। ତାଙ୍କର ବିଚିତ୍ର ନିଷ୍ପତ୍ତି ;ନଇ କିମ୍‌ ବେଶ ଜଣାଶୁଣା।

ମଦ୍ୟପାନ ଏବଂ ସିଗାରେଟ ଧୂମପାନରେ ତାଙ୍କର ନିଶା ଥିବାରୁ ସେ ନିଜେ ୧୩୦-୧୪୦ କିଲୋଗ୍ରାମ ଓଜନ ହୋଇଛନ୍ତି। କିନ୍ତୁ ଏବେ ସେ ନିଜ ଦେଶର ଲୋକଙ୍କ ଅଣ୍ଟାକୁ ପତଳା କରିବାକୁ ଚିନ୍ତିତ ଅଛନ୍ତି। ନିଜର ନୀତି ଯୋଗୁଁ ଉତ୍ତର କୋରିଆକୁ ଦାରିଦ୍ର୍ୟକୁ ଠେଲି ଦେଇଥିବା କିମ ଜୋଙ୍ଗ ଉନ, ଭୋକିଲା ଉପରେ ଧ୍ୟାନ ଦେବା ପରିବର୍ତ୍ତେ କମ କ୍ୟାଲୋରୀ ବିୟର ବିକ୍ରିର ଶୁଭାରମ୍ଭ କରିଛନ୍ତି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ କିମ ଜୋଙ୍ଗ ଉନ ନିକଟରେ ଏକ ନିଆରା ପ୍ରକାରର ବିୟର ଲଞ୍ଚ କରିଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ଲୋକମାନେ ବିୟର ପିଇବା ଉଚିତ କିନ୍ତୁ ଏହା ହାଲୁକା ହେବା ଜରୁରୀ। ଯାହାଦ୍ୱାରା ସେମାନଙ୍କର ଓଜନ ବୃଦ୍ଧି ପାଇବ ନାହିଁ। ଏହି ବିୟରର ନାମ ଟେଡୋଙ୍ଗଗଙ୍ଗ ଏବଂ ଏହା ସରକାରୀ ଭାବରେ ପ୍ରସ୍ତୁତ ହେବ । ଏହାକୁ କମ ଚିନି ଏବଂ କ୍ୟାଲୋରୀ ବିୟର କୁହାଯାଉଛି, ଯାହା କ୍ରୀଡାବିତ ଏବଂ ମୋଟା ଲୋକମାନଙ୍କ ପାଇଁ ଲାଭଦାୟକ ହେବ। ରୋଓ୍ବାନ ବିୟର୍ଡ ନାମକ ଜଣେ ଟୁର୍‌ ମ୍ୟାନେଜର କହିଛନ୍ତି ଉତ୍ତର କୋରିଆରେ ଏପରି ବିୟର ପାଇଁ ବହୁତ ଚାହିଦା ଅଛି ଯାହା ପୁରୁଷଙ୍କ ଓଜନ ବଢ଼ାଇ ନ ଥାଏ।

ଉତ୍ତର କୋରିଆରେ ପୁରୁଷମାନେ ପ୍ରତି ମାସରେ ୨ ଲିଟର ବିୟର ଟୋକନ ପାଆନ୍ତି। ତେବେ ଏଠାରେ ଜାତୀୟ ପାନୀୟ ହେଉଛି ସୋଜୁ ନାମକ ଏକ ମଦ, ଯାହା ଚାଉଳରୁ ତିଆରି। ସୂଚନାଯୋଗ୍ୟ, ବର୍ତ୍ତମାନ ଉତ୍ତର କୋରିଆର ପରିସ୍ଥିତି ଏପରି ଯେ ହଜାର ହଜାର ଲୋକ ଅନାହାରର ଶିକାର ହେଉଛନ୍ତି। କିଛି ଦିନ ପୂର୍ବେ କିମ ଜୋଙ୍ଗ ଉନ ନିଜେ ମହିଳାମାନଙ୍କୁ ଅଧିକରୁ ଅଧିକ ସନ୍ତାନ ପ୍ରାପ୍ତ କରିବାକୁ ଏବଂ ଦେଶର ପ୍ରଗତିରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହି ସମୟରେ ସେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Share