Categories: ଫୁରସତ

ଏମିତି ପ୍ରେମରେ ପଡ଼ିଥିଲେ କିମ୍‌-ଜୋଙ୍ଗ୍‌-ଉନ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ବର୍ବରତାର କାହାଣୀ ସମଗ୍ର ବିଶ୍ୱ ଜାଣିଛି। କିମ୍‌ଙ୍କ ଜୀବନ ଯେତେ ରହସ୍ୟମୟ, ତାଙ୍କ ବିବାହ ମଧ୍ୟ ସେତିକି ରହସ୍ୟମୟ ଅଟେ। କିମ୍‌ କେବେ ପ୍ରେମରେ ପଡ଼ିଥିଲେ ଓ କିପରି ବିବାହ କରିଥିଲେ ତାହା କେହି ଜାଣନ୍ତି ନାହିଁ। କିମ୍‌ଙ୍କ ରହସ୍ୟମୟ ଦୁନିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ତାଙ୍କ ସ୍ତ୍ରୀ ରି ସୋଲ ଜୁ।

ଏକ ରିପୋର୍ଟ ଅନୁଯାୟୀ, ୨୦୦୫ରେ ଏସିଆନ ଆଥଲେଟ୍ସ ଚାମ୍ପିୟନଶିପ୍‌ ସମୟରେ ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ଆସିଥିଲେ ରି ସୋଲ ଜୁ ।  ୯୦ଜଣ ଚିୟର ଟିମ୍‌ରେ ରି ସୋଲ ଜୁ ସାମିଲ ଥିଲେ। ଏହି ସମୟରେ କିମ୍‌ ପ୍ରଥମେ ରି ସୋଲ ଜୁ’ଙ୍କ ନଜରରେ ଆସିଥିଲେ। ଏଠାରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ସେହିଦିନଠାରୁ ରି ସୋଲ ଜୁଙ୍କ ପ୍ରେମରେ ପଡ଼ିଥିଲେ କିମ୍‌। ଏହା ପରେ କିମ୍‌ଙ୍କ ପିତା ୨୦୦୯ରେ ଉଭୟଙ୍କ ବିବାହ କରାଇଥିଲେ। ୨୦୧୦ରେ ତାଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା।

Share