କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ତ୍ରୀ ବର୍ଷେ ହେଲା କେଉଁଆଡ଼େ ଗାଏବ, ଉଠିଲାଣି ଅନେକ ପ୍ରଶ୍ନ

ପ୍ୟୋଙ୍ଗୟାଙ୍ଗ,୧।୨: ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ତ୍ରୀ ରି-ସୋଲ୍‌-ଜୁ ବର୍ଷେରୁ ଅଧିକ ହେବ ନଜର ଆସୁନାହାନ୍ତି। ସେ ୨୦୨୦ ଜାନୁୟାରୀ ୨୫ରେ ରି ସୋଲ ଜୁଙ୍କୁ ସ୍ବାମୀ କିମ୍‌ଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ଅବସରରେ ଦେଖିବାକୁ ମିଳିଥିଲା। ତେବେ ସେହିଦିନଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି।

ଏନେଇ ସ୍ଥାନୀୟ ମିଡିଆରେ ଅନେକ ପ୍ରଶ୍ନ ଉଠିଛି। ଶୁଣିବାକୁ ମିଳୁଛି କିମ୍‌ ତାଙ୍କ ସ୍ତ୍ରୀଙ୍କୁ ମାରି ଦେଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ରି ସୋଲ ଜୁଙ୍କୁ କରୋନା ହୋଇଥାଇପାରେ। ନ୍ୟାଶନାଲ ୟୁନିଫିକେଶନ ପାଇଁ କୋରିଆ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ହଙ୍ଗ ମିନ୍‌ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କରୋନା ମହାମାରୀ ହେତୁ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ପରିବାର ପ୍ରତି ବିପଦ ହେବାକୁ ଚାହାନ୍ତି ନାହିଁ। କିମ୍‌ ନିଜେ ୨୦୨୦ରେ ଖୁବ୍‌ କମ ସାଧାରଣ ସମାରୋହରେ ଯୋଗ ଦେଇଥିଲେ।

ରି ସୋଲ ଜୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ସୂଚନା ନାହିଁ। ତଥାପି ସେ କିମ୍‌ ସୁସଙ୍ଗ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ସେ ଉତ୍ତରକୋରିଆର ରାଜଧାନୀରେ ପାଠପଢ଼ା ଶେଷ କରିବା ପରେ ଚାଇନା ଯାଇ ଗୀତ ଶିଖିବାକୁ ନିଷ୍ପତ୍ତି ନେଇଥିଲେ। ରି ସୋଲ ଜୁଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମରେ କିମ୍‌ଙ୍କ ସହ ସାକ୍ଷାତ ହୋଇଥିଲା।

Share