କିମ୍‌ ଜଙ୍ଗ୍‌ ପିନ୍ଧିଲେ ମାସ୍କ

ପ୍ୟୋଙ୍ଗୟାଙ୍ଗ,୧୩।୫: ପ୍ରଥମଥର ପାଇଁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏକ ବୈଠକରେ ଯୋଗଦେବା ଅବସରରେ କିମ୍‌ ମାସ୍କ ପିନ୍ଧିଥିବା ନଜରକୁ ଆସିଛନ୍ତି। ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ ଯେତେବେଳେ ମହାମାରୀକୁ ନେଇ ଭୟଭୀତ ଥିଲା, ସେ ସମୟରେ ଉତ୍ତର କୋରିଆରେ ସଂକ୍ରମଣର ଚିହ୍ନ ନ ଥିଲା। କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କିମ୍‌ ଜଙ୍ଗ୍‌ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା, ଯେଉଁଥିରେ ସେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ସହରରେ ଲକ୍‌ଡାଉନ୍‌ ସାଙ୍ଗକୁ କୋଭିଡ୍‌ ନିୟମ ଲାଗୁ କରାଯାଇଛି। ଉତ୍ତର କୋରିଆରେ ଉନ୍ନତମାନର ଚିକିତ୍ସା ସୁବିଧା ଉପଲବ୍ଧ ନ ଥିବା ବେଳେ ୨୬ ମିଲିୟନ୍‌ ଲୋକଙ୍କୁ ଟିକା ଦିଆଯୋଇ ନ ଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share