କିମ୍‌ଙ୍କ ସହ ଭଉଣୀ ମଧ୍ୟ ଯାଇଛନ୍ତି ରୁଷିଆ

ମସ୍କୋ,୧୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ରୁଷିଆ ଗସ୍ତରେ ଅଛନ୍ତି। ସେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ଗସ୍ତ ସମୟରେ କିମ୍‌ଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ମଧ୍ୟ ଉପସ୍ଥିତ ଅଛନ୍ତି, ଯାହାଙ୍କ ଉପରେ ଆଲୋଚନା ହେଉଛି। ତାଙ୍କୁ ଉତ୍ତର କୋରିଆର ଦ୍ୱିତୀୟ ସର୍ବୋଚ୍ଚ ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ।

କିମ ୟୋ ଜୋଙ୍ଗ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ଙ୍କ ସାନ ଭଉଣୀ। ଯାହାଙ୍କ ବୟସ ୩୫ ବର୍ଷ। ୧୯୮୭ରେ ଜନ୍ମ ହୋଇଥିବା କିମ୍‌ ୟୋ ଜୋଙ୍ଗ ତାଙ୍କ ଭାଇ କିମ୍‌ଙ୍କଠାରୁ ଚାରି ବର୍ଷ ସାନ। ବର୍ନ (ସ୍ବିଜରଲ୍ୟାଣ୍ଡ) ରେ ଉଭୟ ଭଉଣୀ-ଭାଇ ଏକାଠି ଅଧ୍ୟୟନ କରିଥିଲେ। ବର୍ତ୍ତମାନ ତାଙ୍କୁ କିମ୍‌ ଜୋଙ୍ଗ ଉନଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ମଧ୍ୟ ଦେଖାଯାଉଛି।

Share