କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍‌ ପଡ଼ିଥିବା ନେଇ ଚର୍ଚ୍ଚା

ପ୍ୟୋଙ୍ଗ୍‌ୟାଙ୍ଗ୍‌,୫ା୮: ଉତ୍ତରକୋରିଆ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର କ୍ରୁର ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ଏବେ ସେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିମ୍‌ଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ସାମରିକ ବୈଠକରେ କିମ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨୭ରୁ୨୯ ପର୍ଯ୍ୟନ୍ତ ସେ ଦେଶର ସେନା ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମୁଣ୍ଡ ପଛରେ ଏକ ବ୍ୟାଣ୍ଡେଜ୍‌ ଦେଖିବାକୁ ମିଳିଥିଲା। ତାଙ୍କ ମୁ୍‌ଣ୍ଡରେ ଏକ ଆଘାତର ଚିହ୍ନ ମଧ୍ୟ ରହିଛି। ଏହି ପଟି ବିଷୟରେ କୁହାଯାଉଛି ଯେ, ଏହା ଏତେ ଛୋଟ ଯେ ଏକ ଡାକ ଷ୍ଟାମ୍ପ୍‌ ପରି ଦିଶୁଛି। ମୁଣ୍ଡରେ ସବୁଜ ରଙ୍ଗର ଏକ ଦାଗ ବି ଦେଖାଯାଉଥିଲା। ତେବେ କିମ୍‌ଙ୍କ ମୁଣ୍ଡରେ ଏହି ଦାଗ କିପରି ହେଲା ତାହା କେବଳ ଚର୍ଚ୍ଚାରେ ରହିଯାଇଛି। ପ୍ରକୃତ କାରଣ କେହି ଜାଣିପାରୁନାହାନ୍ତି। ସେ ଯାହା ବି ହେଉନା କାହିଁକି ସମସ୍ତଙ୍କୁ ଶାସନ କରି ସାବାଡ କରୁଥିବା କିମ୍‌ଙ୍କ ମୁଣ୍ଡରେ କାହିଁକି ବ୍ୟାଣ୍ଡେଜ ପଡ଼ିଲା ତାହାକୁ ନେଇ ଖୁବ୍‌ ଜୋର୍‌ରେ ଚର୍ଚ୍ଚା ହେଉଛି।

Share