କିଲର ଡଲଫିନ୍‌ଙ୍କୁ ସୈନ୍ୟ ବାହିନୀରେ ସାମିଲ୍‌ କରୁଛନ୍ତି କିମ୍‌ ଜୋଙ୍ଗ ଉନ୍‌

ପୋୟାଙ୍ଗାୟାଙ୍ଗ୍‌,୧୪।୧୧: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ସୈନ୍ୟ ବାହିନୀରେ କିଲର ଡଲଫିନ୍‌ଙ୍କୁ ସାମିଲ୍‌ କରୁଛନ୍ତିି। ଏସବୁ ଡଲଫିନ୍‌ଙ୍କୁ ଆବଶ୍ୟକ ତାଲିମ୍‌ ଦିଆଯିବ। ତାଲିମ ପ୍ରାପ୍ତ ଡଲଫିନ୍‌ ଶତ୍ରୁ ଶିବିରରେ ତାଣ୍ଡବ ରଚିବାକୁ ସକ୍ଷମ ହେବେ ବୋଲି କୁହାଯାଉଛି। ବାରୁଦ ସୁଡ଼ଙ୍ଗକୁ ନଷ୍ଟ କରିବା ସହିତ ଶତ୍ରୁ ପକ୍ଷଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଧ୍ୱଂସ କରିବା ଲାଗି ଡଲଫିନ୍‌ଙ୍କୁ ତାଲିମ୍‌ ଦିଆଯାଉଥିବା ଚର୍ଚ୍ଚା ହେଉଛି। ଉତ୍ତର କୋରିଆ ଏଭଳି କାର୍ଯ୍ୟ କରୁଥିବା ସାଟେଲାଇଟ୍‌ ଦ୍ୱାରା ଉତ୍ତୋଳିତ କରାଯାଇଥିବା ଫଟୋରୁ ଜଣାପଡ଼ିଛି। ଡଲଫିନ୍‌ ବାହିନୀ ନୌସେନାକୁ ସହାୟତା କରିବେ। ୨୦୧୫ରେ ଆମେରିକା ପକ୍ଷରୁ ଏ ସମ୍ପର୍କରେ ପ୍ରକାଶ କରାଯାଇଥିଲା। ଆମେରିକା ନୌସେନା ଡଲଫିନ୍‌ଙ୍କ ସହାୟତାରେ ଯୁଦ୍ଧ ଲଢ଼ିବା କାର୍ଯ୍ୟ ଜାରି ରଖିଛି। ଏଥି ପାଇଁ କେତେକ ବିଶେଷ ପ୍ରଜାତିର ଡଲଫିନ୍‌ଙ୍କୁ ତାଲିମ୍‌ ପ୍ରଦାନ କରାଯାଉଛି। ରୁଷ୍‌ ମଧ୍ୟରେ ଏଭଳି କାର୍ଯ୍ୟ ବହୁ ପୂର୍ବରୁ ଜାରି ରଖିଛି। ଆର୍କଟିକ୍‌ ସାଗର ଏବଂ କୃଷ୍ଣ ସାଗର ଅଞ୍ଚଳରେ ରୁଷ୍‌ ପ୍ରଶିକ୍ଷିତ ଡଲଫିନ୍‌, ବେଲୁଗା ହ୍ବେଲ ଏବଂ ସିଲ୍‌ ମାଛଙ୍କୁ ମୁତୟନ କରିଛି।

Share