ଝିଅ ହେବେ କି କିମ୍‌ଙ୍କ ଉତ୍ତରାଧିକାରୀ

ସିଓଲ,୨୭ା୧୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ନୁହେଁ ବରଂ ତାଙ୍କ ଝିଅଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କିମ୍‌ ତାଙ୍କ ଝିଅଙ୍କୁ କ୍ଷେପଣାସ୍ତ୍ର ବୈଜ୍ଞାନିକମାନଙ୍କ ସହ ଏକ ବୈଠକକୁ ନେଇ ଗଣମାଧ୍ୟମରେ କଳ୍ପନା ଜଳ୍ପନାର କାରଣ ପାଲଟିଥିଲେ। କିମ୍‌ ତାଙ୍କୁ ଚତୁରତାର ସହ ବାହାରକୁ ଆଣିଥିଲେ। ଯାହା ଦ୍ୱାରା ସେ ପରିଚିତ ହୋଇପାରିବେ। କିମ୍‌ଙ୍କ ଉତ୍ତରାଧିକାରୀ ଭାବରେ ସେ ଦାୟିତ୍ୱ ବହନ କରିବେ।

କିମ୍‌ଙ୍କ ଦ୍ୱିତୀୟ ସନ୍ତାନ ଅର୍ଥାତ୍‌ ଝିଅ କିମ୍‌ ଜୁ ଏ । ଯାହାଙ୍କ ବୟସ ୯ କିମ୍ବା ୧୦ ହେବ। ପ୍ରଥମ ଥର ପାଇଁ କିମ୍‌ଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା। ଜୁ ଉତ୍ତର କୋରିଆର ବାଲାଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣକୁ ମା’ ରି ସୋଲ-ଜୁ, ପିତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅନ୍ତରମହାଦ୍ୱୀପରେ ନଜର ଆସିଥିଲେ। ଝିଅ ଜନ୍ମ ପୂର୍ବରୁ କେବଳ କଳ୍ପନାଜଳ୍ପନା କରାଯାଇଥିଲା। ତେବେ ପ୍ରଥମ ଥର ପାଇଁ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଥିଲା।

ଜୁ’ଙ୍କୁ ପ୍ରଥମେ ଏକ ଧଳା ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା। ଲୋକେ ତାଙ୍କୁ ଦେଖିବା ପରେ କହିଥିଲେ ‘ସବୁଠାରୁ ସୁନ୍ଦର ଝିଅ’। ଧଳା କୋଟ ଏବଂ ନାଲି ଜୋତା ପିନ୍ଧି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଝିଅ ଏକ ଲଞ୍ଚ ଟ୍ରକରେ ବିଶାଳ କ୍ଷେପଣାସ୍ତ୍ର ସହ ପିତାଙ୍କ ହାତ ଧରି ବୁଲୁଥିବାର ଦେଖାଯାଇଥିଲା। ରବିବାର ସ୍ଥାନୀୟ ଏକ ଗଣମାଧ୍ୟମ ସୂଚନାନୁଯାୟୀ, ତାଙ୍କୁ ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିଛି। ସେ ଏବଂ କିମ୍‌ ବୈଜ୍ଞାନିକ, ଟେକ୍ନିସିଆନ, ଅଧିକାରୀ ଏବଂ ଅନ୍ୟ ଶ୍ରମିକମାନଙ୍କ ସହିତ ଗ୍ରୁପ ଫଟୋ ଉଠାଇଥିଲେ, ଯେଉଁମାନେ ହ୍ବାସୋଙ୍ଗ-୧୭ ଆଇସିବିଏମ୍‌ର ପରୀକ୍ଷା କରିଥିଲେ।

Share