ଭୋଜି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା  

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଅଇଁଠାପାଲି ଥାନା କରମଟୁଲିରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୋନୁ ଖଡିଆ (୨୪)। ଏହି ଘଟଣାରେ ଉମେଶ ମୁଣ୍ଡା ଗୁରୁତର ହୋଇଛନ୍ତି ା ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଏ ନେଇ ଥାନାରେ ଏକ ମାମଲା (ନଂ.୩୨୮/୨୦) ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।
ପୋଲିସ କହିଛି, ପୂର୍ବ ଶତ୍ରୁତାରୁ ସୋନୁଙ୍କୁ ହତ୍ୟା କରିବାକୁ ତାଙ୍କ ବିପକ୍ଷ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଥିଲେ। ସେମାନେ ପଡାର ନରେଶ ଓରାମଙ୍କ ଘରକୁ ରାତିରେ ଭୋଜି ଖାଇବା ପାଇଁ ସୋନୁଙ୍କୁ ଡାକି ଥିଲେ। ସୋନୁଙ୍କ ସାଙ୍ଗରେ ଉମେଶ ମଧ୍ୟ ଯାଇଥିଲେ। ନରେଶଙ୍କ ଛାତ ଉପରେ ସୋନୁ ଓ ଉମେଶ ପହଞ୍ଚତ୍ଲା ପରେ ଅଭିଯୁକ୍ତମାନେ କୌଣସି କାରଣ ନ ଥାଇ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ। ସେମାନେ ପ୍ରଥମେ ସୋନୁ ଓ ଉମେଶଙ୍କୁ ମାରପିଟ କରିଥିଲେ। ଶେଷରେ ଅଭିଯୁକ୍ତମାନେ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ସୋନୁ ଓ ଉମେଶଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ। ହେଲେ ଏହି ସୁଯୋଗରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭିମ୍‌ସାର ପଠାଇଥିଲା। ସେଠାରେ ସୋନୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉମେଶ ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଖବର ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସୁଥିଲା ମୃତ କୁମ୍ଭୀର, ବାହ୍ୟ ଅଂଶରେ ନାହିଁ କୌଣସି ଆଘାତ ଚିହ୍ନ, ଉଦ୍ଧାର ପରେ…

ମାର୍ଶାଘାଇ,୨୬ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିକଟରେ ଲୁଣାନଦୀରୁ ଏକ ମୃତ କୁମ୍ଭୀର ଜବତ କରାଯାଇଛି। ରବିବାର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ: ନିର୍ଜନ ଦ୍ୱୀପରେ ଆଶ୍ରୟ ନେଇଛନ୍ତି ୨୦ରୁ ଅଧିକ କଙ୍କଡ଼ା ଧରାଳି, ପହଞ୍ଚିନି ସଚେତନତା ବାର୍ତ୍ତା

ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ,…

ରାହୁଲ ଗାନ୍ଧୀଙ୍କ ମାମଲାର ରାୟ ଆସିବାକୁ ଲାଗିଲା ୮ ବର୍ଷ, ଜାଣନ୍ତୁ କ’ଣ ନିଷ୍ପତ୍ତି ନେଲେ କୋର୍ଟ

ନୂଆଦିଲ୍ଲୀ, ୨୬।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ୮ ବର୍ଷ ପୁରୁଣା ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି। ସୋମବାର, ଅକ୍ଟୋବର…

କମାଲ କଲେ ବୈଭବଙ୍କ ଭାଇ ଆଶୀର୍ବାଦ, ଚୌକା-ଛକା ବର୍ଷା କରି ଦଳକୁ ଦେଲେ ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ, ୨୬।୧୦: ବୈଭବ ସୂର୍ଯ୍ୟବଂଶୀ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। କିନ୍ତୁ ତାଙ୍କ ଭାଇ…

ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଅଘଟଣ: କାରକେଡ ପଛରେ ଗାଡ଼ି ଧକ୍କା, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ, ୨୬।୧୦: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସେୱରେ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ ପଛରେ ଯାଉଥିବା ଗାଡ଼ିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ…

ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

ଭୁବନେଶ୍ୱର,୨୬।୧୦: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା…

ଓଜନ କମାଇବ ଫ୍ରୁଟ୍‌ ଜୁସ୍‌

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ଭରି ରହିଛି। ଏହା ଶରୀରକୁ…

ଡ୍ରିପ୍ରେସନ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?