ବାପାଙ୍କୁ ହତ୍ୟାକରି ସାବତ ମା’ଙ୍କୁ ବଳାତ୍କାର

କଳିଙ୍ଗନଗର,୭ା୩ (ଡି.ଏନ୍‌.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମା’ଙ୍କୁ ବଳାତ୍କାର କରିଛନ୍ତି। ଯାଜପୁର ଜିଲା ଦାନଗଦି ବ୍ଲକର ଟମକା ଥାନା ଅଞ୍ଚଳରେ ରବିବାର ରାତିରେ ଏଭଳି ଘଟଣା ଘଟିଛି।
ଦାନଗଦି ବ୍ଳକ କିଆଝର ପଞ୍ଚାୟତ ଚମ୍ପାଝର ଗଁାର ସଧାୟ ହେମ୍ବ୍ରମ (୫୫)ଙ୍କ ପ୍ରଥମ ସ୍ତ୍ରୀଙ୍କ କିଛିବର୍ଷ ତଳେ ମୃତ୍ୟୁ ଘଟିଥିଲା। ସଧାୟ ଦ୍ବିତୀୟ ବିବାହ କରି ଗଁାରେ ରହୁଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଏକମାତ୍ର ପୁଅ ଲୁଗୁ ହେମ୍ବ୍ରମ (୨୮) ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଧରି ଟମକା ବଜାର ନିକଟ ଏକ ଭଡ଼ା ଘରେ ରହୁଥିଲେ। ପଡ଼ୋଶୀମାନଙ୍କ କହିବା ମୁତାବକ ପୁଅ ଲୁଗୁଙ୍କ ପରିବାରକୁ ସଧାୟ ଘରେ ସ୍ଥାନ ଦେଉ ନ ଥିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲା। ରବିବାର ବିଳମ୍ବିତ ରାତିରେ ଗ୍ରାମର ଏକ ବିବାହ ଭୋଜିରେ ଲୁଗୁ ଯୋଗଦେଇଥିଲେ। ରାତି ପ୍ରାୟ ସାଢେ ୧ଟାବେଳେ ସେ ଘରକୁ ଯାଇଥିବାବେଳେ ସେଠାରେ ସାବତ ମା’ଓ ବାପା ସହିତ ଝଗଡ଼ା ହୋଇଥିଲା। ଲୁଗୁ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ସଧାୟଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟୁ ଘଟିଥିଲା। ଏହାପରେ ସେ ସାବତ ମା’ଙ୍କୁ ବଳାତ୍କାର କରିଥିଲେ। ଏନେଇ ସାବତ ମା’ ସୋମବାର ସକାଳେ ଟମକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଆଇପିସି ଦଫା ୩୦୨, ୩୭୬ ଅନୁଯାୟୀ ଏକ ମାମଲା (୩୨/୨୩) ରୁଜୁ କରିଛି। ଏହାସହ ଅଭିଯୁକ୍ତ ଲୁଗୁଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ରକ୍ତଭିଜା ଟାଙ୍ଗିଆ ଜବତ କରାଯାଇଥିବା ଆଇଆଇସି ସୁକାନ୍ତ ପାତ୍ର କହିଛନ୍ତି। ଅପରାହ୍ନରେ ସାଇଣ୍ଟିଫିକ ଟିମ୍‌ ହତ୍ୟା ଓ ବଳାତ୍କାର ଘଟଣାର ପ୍ରମାଣ ତନଖି କରିଛନ୍ତି। ବଳତ୍କାର ଅଭିଯୋଗ କ୍ରମେପୋଲିସ ଉଭୟଙ୍କର ଡାକ୍ତରୀମାଇନା କରିଥିବାବେଳେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଇଛି।