ପୂର୍ବ ଶତ୍ରୁତାରୁ ହତ୍ୟା

କୁଳିଅଣା,୨୮ା୮(ଆଦିକନ୍ଦ ସାହୁ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଢିପାସାହିରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ ପରେ ସୋମବାର କୋର୍ଟଚାଲାଣ କରିଛି। ମୃତକ ହେଲେ ଅଜିତ କୁମାର ନାଏକ।
ପୋଲିସ ସୂଚନା ଅନୁଯାୟୀ, ଗତ ଗୁରୁବାର ରାତି ୭ଟାରେ ଅଜିତ ତାଙ୍କ ମୋବାଇଲ ରିଚାର୍ଜ କରିବା ପାଇଁ ଗ୍ରାମର ରାଜେଶ ନାଏକଙ୍କ ଦୋକାନକୁ ଯାଇଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜେଶଙ୍କ ସହିତ ତାଙ୍କର ବଚସା ହୋଇଥଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଓ ତାଙ୍କ ସହଯୋଗୀ ଶମ୍ବୁ ନାଏକ ଏବଂ ସତ୍ୟବ୍ରତ ପ୍ରଧାନ ସଂଘବଦ୍ଧ ଭାବେ ଅଜିତଙ୍କୁ ଆକ୍ରମଣ କରିଥିଲେ। ମୁର୍ମୂଷ ଅବସ୍ଥାରେ ଅଜିତ ସେଠାରେ ପଡ଼ି ରହିଥିବା ବେଳେ ଖବରପାଇ ତାଙ୍କ ସ୍ତ୍ରୀ ଅଞ୍ଜନା ପହଞ୍ଚତ୍ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅଜିତଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଞ୍ଜନାଙ୍କ ଅଭିଯୋଗ କ୍ରମେ କୁଳିଅଣା ପୋଲିସ ଏକ ହତ୍ୟା ମାମଲା(ନଂ.୧୧୬/୨୩) ରୁଜୁ କରି ଅଭିଯୁକ୍ତ ରାଜେଶ, ଶମ୍ଭୁ ଓ ସତ୍ୟବ୍ରତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।