Advertisement

ପଥରରେ ଛେଚି ନାବାଳକଙ୍କୁ ହତ୍ୟା

ନିରାକାରପୁର, ୨।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ଗୁରୁବାର ରାତିରେ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଏହି ଥାନା ଅଧୀନ ବେରୁଆଁପଡ଼ା ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ ଓରଫ ରଞ୍ଜନ(୧୭)। ଏହି ଘଟଣାରେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ରଣପୁର ଥାନା ଅନ୍ତର୍ଗତ ସୁଅଁାସିସାହିର ରାଜେଶ ପାଣ୍ଡି ଓରଫ ରାଜୁ(୩୦)। ଏନେଇ ଥାନାରେ ଏକ ମାମଲା (ନଂ.୨୧୯/୨୧) ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପେଟ୍ରୋଲ ଆଣିବା ପାଇଁ ମନା କରିବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଙ୍କିଆ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି।
ସୂଚନା ମୁତାବକ, ରଣପୁର ଅଞ୍ଚଳରେ ରାଜୁଙ୍କର ଏକ ବାଇକ୍‌ ଗ୍ୟାରେଜ ରହିଛି। ଏହି ଗ୍ୟାରେଜରେ ଗତ ଦେଢ଼ ମାସ ହେବ ରଞ୍ଜନ ହେଲ୍‌ପର ଭାବେ କାମ କରୁଥିଲେ। ଗୁରୁବାର ରାତିରେ ଭୋଜି ପରେ ରାଜୁଙ୍କ ବାଇକ୍‌ରେ ରଞ୍ଜନ ବୁଲୁଥିବା ବେଳେ ଗାଡ଼ିିରୁ ପେଟ୍ରୋଲ ସରିଯାଇଥିଲା। ରାଜୁ କିଛି ବାଟ ଗାଡ଼ିକୁ ଠେଲି ଠେଲି ନେଇଥିଲେ। ଏହାପରେ ପେଟ୍ରୋଲ ଆଣିବାକୁ ରଞ୍ଜନଙ୍କୁ କହିଥିଲେ। ତେବେ ସେ ପେଟ୍ରୋଲ ଆଣିବାକୁ ମନା କରିବାରୁ ରାଜୁ ଉତ୍ତ୍ୟକ୍ତ ହୋଇ ରଞ୍ଜନଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ପରେ ପ୍ରମାଣ ନଷ୍ଟ କରିବା ପାଇଁ ରାଜୁ ବାଇକ୍‌ (ନଂ. ଓଡି ୦୨ଏଏ ୮୭୯୧)ରେ ପେଟ୍ରୋଲ ଭରିବା ସହ ଏହା ପଛରେ ରଞ୍ଜନଙ୍କୁ ବାନ୍ଧି ଖୋର୍ଦ୍ଧା ଅଭିମୁଖେ ନେଉଥିଲେ। ଜଙ୍କିଆ ଥାନା ନିକଟ ଖେଳପଡ଼ିଆ ପାର୍ଶ୍ୱସ୍ଥ ୧୬ନଂ. ଜାତୀୟ ରାଜପଥରେ ବାଇକ୍‌ଟି ଗୋରୁଙ୍କୁ ଧକ୍କା ଦେବାରୁ ରଞ୍ଜନଙ୍କ ମୃତଦେହ ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ରାଜୁଙ୍କୁ ଅଟକ ରଖିବା ସହ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଥିଲା। ଏଥିସହ ରାଜୁଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ମୃତକଙ୍କ ପରିବାର ଲୋକଙ୍କୁ ପୋଲିସ ଖବର ଦେଇଥିଲା। ଶୁକ୍ରବାର ଖୋର୍ଦ୍ଧା ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଥାନାରେ ପହଞ୍ଚି ଅଭିଯୁକ୍ତ ରାଜୁଙ୍କୁ ଖୋର୍ଦ୍ଧା ନେବାବେଳେ ମୃତକଙ୍କ ପରିବାର ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ିବସିଥିଲେ। ଏଥିଯୋଗୁ ଉତ୍ତେଜନା ଦେଖାଦେଇଥିଲା। ଥାନା ଅଧିକାରୀ ଏବଂ ଏସ୍‌ଡିପିଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ମୃତକଙ୍କ ମା’ ଗୀତାଞ୍ଜଳି ସାମନ୍ତରାୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ରାଜୁଙ୍କୁ ଗିରଫ କରିଥିଲା। ରାଜୁଙ୍କୁ ପଚରାଉଚରା ବେଳେ ସେ ଦୋଷ ସ୍ବୀକାର କରିଥିବା ଥାନା ଅଧିକାରୀ ଖୁଣ୍ଟିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରଏସଏସ କର୍ମୀଙ୍କୁ ହତ୍ୟା ଘଟଣା: ମମତାଙ୍କ କୁଶପୁତ୍ତଳିକା ଦାହ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୫।୧୦: ପଶ୍ଚିମବଙ୍ଗରେ ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଅଭିଯୋଗ ଆଣି ବଲାଙ୍ଗୀର ବଜରଙ୍ଗ ଦଳ ତରଫରୁ ମଙ୍ଗଳବାର ସ୍ଥାନୀୟ କଚେରି...

ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଙ୍ଗା, ଗଛ କଟାକୁ ବିରୋଧ

ନାଉଗଁା,୨୩ା୧୧(ସ୍ବ.ପ୍ର): ନାଉଗଁା ତହସିଲ ଅନ୍ତର୍ଗତ ଜାମୁଗଁାସ୍ଥିତ ଉପସ୍ବାସ୍ଥ୍ୟକେନ୍ଦ୍ର ଭଙ୍ଗା ଓ ଏହାର ନିକଟରେ ଥିବା ଗଛା କଟାକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ...

ଆଉ ନାହାନ୍ତି ମିହିର: ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି।...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୪ ଧାରା ଜାରି

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ମହାମାରୀ କରୋନା ଭାଇରସ କୋଭିଡ୍‌-୧୯ର ସଂକ୍ରମଣ ପ୍ରତିରୋଧ ଉଦ୍ଦେଶ୍ୟରେ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇସୋଲେସନ...

‘ସାହିତ୍ୟରେ ନାରୀସ୍ବର ଶାଣିତ ରହିଛି’

ବଲାଙ୍ଗୀର ଅଫିସ, ୧୪ା୧ ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ୧୫ତମ ବଲାଙ୍ଗୀର ବହିହାଟର ପଞ୍ଚମ ସନ୍ଧ୍ୟା ସୋମବାର ସାହିତ୍ୟରେ ନାରୀ ସ୍ବର ଶୀର୍ଷକ ଆଲୋଚନାଚକ୍ର...

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ...

CORONAVIRUS UPDATE: ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ...

ଆଜି ପୁଣି ରାଜ୍ୟରେ ୬୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୬,୨୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

Advertisement
Archives

Model This Week