Posted inଗଜପତି

ସ୍ତ୍ରୀ ସହିତ ଅନୈତିକ ସମ୍ପର୍କରୁ ସାଙ୍ଗଙ୍କୁ ହତ୍ୟା

ପାରଳାଖେମୁଣ୍ଡି, ୨୩ା୫ (ଗିରିଧାରୀ ପରିଛା): ସ୍ତ୍ରୀ ସହିତ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲେ ମଧ୍ୟ ପୋଲିସ ଘଟଣାର ପ୍ରକୃତ ରହସ୍ୟ ଉପରୁ ଗୁରୁବାର ପର୍ଦ୍ଦାଫାସ କରିଛି। ଏହା ଘଟିଛି ଗଜପତି ଜିଲା ଗୋଷାଣୀ ବ୍ଲକ ଭିନଳା ଗ୍ରାମରେ। ପୋଲିସ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଭିନଳା ଗ୍ରାମର ପ୍ରଶାନ୍ତ ଜେନା, ସୀମାଞ୍ଚଳ ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନ ତିନି ଜଣ ଭଲ ବନ୍ଧୁ ଥିଲେ। ଏମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ଯୋଗୁ ଜଣେ ସୀମାଞ୍ଚଳ କିଛି ମାସ ତଳେ ପ୍ରଭାତୀ ପ୍ରଧାନଙ୍କୁ ବିବାହ କରିଥିଲେ। ସାଙ୍ଗମାନଙ୍କ ମଧ୍ୟରେ ଘରକୁ ଯିବାଆସିବା ମଧ୍ୟରେ ପ୍ରଶାନ୍ତଙ୍କ ସହ ପ୍ରଭାତୀଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା, ଯାହା ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ମଧ୍ୟରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରଭାତୀ ଗତ ଫେବ୍ରୁଆରୀ ମାସରେ ବିଷପିଇ ଆତ୍ମହତ୍ୟା କରିଥିଲେ। ଏହି କଥା ସ୍ବାମୀ ସୀମାଞ୍ଚଳ ଜାଣିବା ପରେ ପ୍ରତିଶୋଧ ଆଶାରେ ପ୍ରଶାନ୍ତଙ୍କୁ ହତ୍ୟା କରିବାକୁ ସୁଯୋଗ ଅପେକ୍ଷାରେ ରହିଥିଲେ। ଏ ନେଇ ପ୍ରଶାନ୍ତ ସୂଚନା ପାଇ ପ୍ରଭାତୀଙ୍କ ମୃତ୍ୟୁ ପରଠାରୁ କୁଣ୍ଡା ବ୍ୟବସାୟ କରି ଗାଁ ବାହାରେ ରହୁଥିଲେ। କେତେବେଳେ ସମୟ ଦେଖି ନିଜ ଗ୍ରାମକୁ ଆସି ନିଜ ପରିବାର ସହ ମିଶି ପୁଣି ଚାଲିଯାଉଥିଲେ। ଗତ ୧୮ତାରିଖ ସାରେ ମହେନ୍ଦ୍ରତନାୟ ନଦୀର ଶରଧାପୁର ବ୍ରିଜ ନିକଟରେ ସେହି ଗ୍ରାମର ଲବ ଜେନା ଓ ସୁରେଶ ବାରିକ କୌଣସି କାମରେ କଥାବାର୍ତ୍ତା ହେଉଥିବା ବେଳେ ପ୍ରଶାନ୍ତ ନିଜ ଗାଡିରେ ଗ୍ରାମକୁ ଯାଉଥିବା ଦେଖିଥିଲେ। ସେମାନେ ସୀମାଞ୍ଚଳକୁ ଏହି ଖବର ଦେଇଥିଲେ। ଏହାପରେ ସୀମାଞ୍ଚଳ ଓ ସହଯୋଗୀ ପାଞ୍ଚଜଣ ମିଶି ଯୋଜନାବଦ୍ଧ ଭାବେ ଠେଙ୍ଗା, ଲୁହା ପାଇପ ଭଳି ମାରଣାସ୍ତ୍ର ଧରି ପ୍ରଶାନ୍ତ ଆସିବା ବାଟକୁ ଜଗି ରହିଥିଲେ। ପ୍ରଶାନ୍ତ ଗାଁରୁ ଫେରିବା ସମୟରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଶାନ୍ତର ଅବସ୍ଥା ଗୁରୁତର ହେବାରୁ ସେହି ସ୍ଥାନରେ ଛାଡି ଚାଲିଯାଇଥିଲେ। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲା ଚିକିତ୍ସାଳୟକୁ ନେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲ। ଘଟଣାରେ ଅଭିଯୁକ୍ତ ସୀମାଞ୍ଚଳ, ସହଯୋଗୀ ସନ୍ତୋଷ ସ୍ବାଇଁଙ୍କୁ ଗୁରୁବାର ଗୁରାଣ୍ଡି ପୋଲିସ ଗିରଫ କରିଛ। ତଦନ୍ତ ସମୟରେ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିବା ଏକ ଖବରଦାତା ସମ୍ମିଳନୀରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବା ସୂଚନା ଦେଇଛନ୍ତି। ବର୍ତ୍ତମାନ ସେମାନେ ଫେରାର ଅଛନ୍ତି। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri