Categories: ଜାତୀୟ

ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ବକ୍ସଖଟରେ କଲେ ଭର୍ତ୍ତି: ଘର ତାଲା ପକାଇ ବୁଲେଟ ଧରି ଛୁ’

ଜାମସେଦପୁର,୧୩।୪: ଝାଡଖଣ୍ଡର ଜାମସେଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ଖଟବକ୍ସରେ ଭର୍ତ୍ତି କରି ବୁଲେଟ୍‌ ଧରି ଫେରାର ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇନାହିଁ। କଦମା ତିସ୍ତା ରୋଡ କ୍ୱାର୍ଟର ନଂ ୯୭ରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଅଭିଯୁକ୍ତ ଦୀପକ କୁମାର ଟାଟା ଷ୍ଟିଲ୍‌ରେ କାର୍ଯ୍ୟରତ ଅଛନ୍ତି। ସ୍ତ୍ରୀ ବୀଣା କୁମାରୀ, ଦୁଇ ପିଲା ଏବଂ ଜଣେ ଟ୍ୟୁସନ ଶିକ୍ଷୟତ୍ରୀଙ୍କୁ ହତ୍ୟା କରି ଫେରାର ଅଛନ୍ତି ଦୀପକ। ଘଟଣାବେଳେ ସ୍ଥାନୀୟ ଅଞ୍ଚଳରେ ରୋଶନ ସିଂ ଏବଂ ତାଙ୍କ ସ୍ତ୍ରୀ ସହ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଦୀପକ ମାରି ଥିଲେ। ପୋଲିସ ଭୟରେ ଦୀପକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ପହଞ୍ଚି ଘର ଭାଙ୍ଗି ପଶି ସ୍ତ୍ରୀ ପିଲାଙ୍କୁ ମୃତଦେହ ଏକ ଖଟବକ୍ସରୁ ଜବତ କରିଥିଲା।

Share