Categories: ଜାତୀୟ

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା: ମୃତଦେହକୁ ଜଳାଇଲେ ଘରେ !

ଆଗ୍ରା, ୩୧।୮: ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ଘରେ ଜଳାଇ ଦିଆଯାଇଛି। ସୋମବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ମୃତଦେହଗୁଡ଼ିକ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଆଗ୍ରାର ଏତ୍ମାଦୋଲା ଥାନା ଅନ୍ତର୍ଗତ ନଗଲା କିଶନଲାଲ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମାତା,ପିତା ଏବଂ ପୁଅଙ୍କୁ ହତ୍ୟା କରିବା ପରେ ଅତି ଅମାନୁଷିକ ଭାବେ ଜଳାଇ ଦିଆଯାଇଛି। ମୃତକ ରଘୁବୀର ତାଙ୍କ ସ୍ତ୍ରୀ ମୀରା ଏବଂ ୨୨ ବର୍ଷ ବୟସ୍କ ପୁଅ ବବୁଲଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ମୀରା ଏବଂ ବବୁଲ୍‌ଙ୍କର ହାତ ବନ୍ଧା ହୋଇଥିବା ପୋଲିସ କହିଛି। ହତ୍ୟାର କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ଏଡିଜି ଅଜୟ ଆନନ୍ଦ ସୂଚନା ଦେଇଛନ୍ତି।

Share