Posted inଜାତୀୟ

ମାଓବାଦୀ କହି ୧୨ ନିରୀହଙ୍କୁ ହତ୍ୟା

ରାୟପୁର,୧୫ା୫:ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଭାଜପା ଶାସିତ ଛତିଶଗଡ଼ ସରକାରର ବଡ଼ ଚାଲବାଜି ଧରାପଡ଼ିଛି। ଓଡ଼ିଶାରେ ସୋମବାର (ମେ’ ୧୩ରେ) କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ଆସନ ସହ ଏହା ଅଧୀନ ୨୮ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି। ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ମାଓବାଦୀମାନେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଭଣ୍ଡୁର ପାଇଁ ଯୋଜନା କରୁଥିବାବେଳେ ସେମାନଙ୍କୁ ଏନ୍‌କାଉଣ୍ଟରରେ ନିପାତ କରାଯାଇଥିବା ଛତିଶଗଡ଼ର ବିଜାପୁର ପୋଲିସ ଦାବି କରିଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ଏହାକୁ ଏକ ବଡ଼ ସଫଳତା ଦର୍ଶାଇ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶଂସାରେ ପୋତି ଦେଇଥିଲେ। ଗତବର୍ଷ ଡିସେମ୍ବରରେ ରାଜ୍ୟରେ ଭାଜପା କ୍ଷମତାସୀନ ହେବା ପରଠୁ ଅଦ୍ୟାବଧି ୧୦୪ ମାଓବାଦୀ ନିହତ ହୋଇଥିବା ବିଷ୍ଣୁଦେଓ କହିଥିଲେ। ତେବେ ପୋଲିସ ଗୁଳିରେ ଶୁକ୍ରବାର ପ୍ରାଣ ହରାଇଥିବା ୧୨ ଜଣ ମାଓବାଦୀ ନୁହନ୍ତି, ବରଂ ନିରୀହ କେନ୍ଦୁପତ୍ର ତୋଳାଳି ବୋଲି ବର୍ତ୍ତମାନ ଜଣାପଡ଼ିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାରର ‘୪୦୦ ପାର୍‌’ ଲକ୍ଷ୍ୟ ପୂରଣରେ ସହାୟକ ହେବା ପାଇଁ ଛତିଶଗଡ଼ ସରକାର ମିଛ ଏନ୍‌କାଉଣ୍ଟର କରାଇବା ସହ ବଣଜଙ୍ଗଲର ଆଦିବାସୀମାନଙ୍କୁ ମାଓବାଦୀ ଦର୍ଶାଇ ଆମତ୍ସମର୍ପଣ କରାଉଛି ବୋଲି ବିରୋଧୀ ନେତା ଓ ସାମାଜିକ କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏଥିସହ ଏନ୍‌କାଉଣ୍ଟରରେ ନିହତ ୧୦୪ ଜଣଙ୍କ ମଧ୍ୟରୁ କେତେଜଣ ନିରୀହ ଲୋକ ଥିଲେ, ଏହାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି।
୫ ମାସ ହେଲା ଛତିଶଗଡ଼ ପୋଲିସ ହଠାତ୍‌ ଅତ୍ୟଧିକ ତତ୍ପରତା ଦେଖାଉଛି। କେତେବେଳେ ଦାନ୍ତଓ୍ବୋଡା, ସୁକ୍‌ମା ତ କେବେ ନାରାୟଣପୁର, ପୁଣି କେତେବେଳେ ବିଜାପୁର। ଏହି ଅଞ୍ଚଳଗୁଡ଼ିକର ପୋଲିସ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ନାମରେ ମାଓବାଦୀଙ୍କୁ ହତ୍ୟା କରୁଥିବା କହୁଛି। ଅନେକ ସମୟରେ ପୋଲିସ ଖବରଦାତା ସମ୍ମିଳନୀ ଡକାଇ ଫଟୋ ଉଠାଇ କାହାଣୀ ଶୁଣାଉଛି। ଏତେ ମାଓବାଦୀଙ୍କୁ ଧରିଲୁ, ଏତେଜଣ ଆତ୍ମସମର୍ପଣ କଲେ। ସେମାନେ ହିଂସା ମାର୍ଗ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଆସିଲେ। ଛତିଶଗଡ଼ ପୋଲିସ ଦାବି ମୁତାବକ ଏଭଳି ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସଂଖ୍ୟା ପ୍ରାୟ ୩୦୦ ହେବ। ନିହତଙ୍କ ସଂଖ୍ୟା ଶତାଧିକ। ଏହିକ୍ରମରେ ଗତ ୧୦ ତାରିଖରେ ବିଜାପୁର ପୋଲିସ କହିଥିଲା, ଏହି ଜିଲା ଅଧୀନ ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡ଼ିଆ ଅଞ୍ଚଳର ଏକ ଜଙ୍ଗଲରେ ହାର୍ଡକୋର ମାଓବାଦୀ ପାପା ରାଓ ଶତାଧିକ ସମର୍ଥକଙ୍କ ସହ ବୈଠକ କରୁଥିଲେ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାଓବାଦୀମାନେ ଭଣ୍ଡୁର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଗୋଇନ୍ଦା ସୂଚନା ମିଳିଥିଲା। ଏହାକୁ ଭିତ୍ତିକରି ବିଜାପୁର ଜିଲାର ୩୫୦ରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ପରେ ତଲାସି ବେଳେ ପୋଲିସ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲା। ସମ୍ପୃକ୍ତ ଅଞ୍ଚଳରେ ପୋଲିସ ମାଓବାଦୀ କ୍ୟାମ୍ପକୁ ଘେରି ତଲାସି ଅଭିଯାନ ଜାରି ରଖିଥିବା ବିଜାପୁର ପୋଲିସ ଦାବି କରିଥିଲା।
ଏହାର ୩ ଦିନ ପରେ ଉକ୍ତ ଏନ୍‌କାଉଣ୍ଟରର ସତ ପଦାକୁ ଆସିଛି। ବସ୍ତର ଅଧୀନ ବିଜାପୁର ଅଞ୍ଚଳର ବହୁସଂଖ୍ୟକ ଲୋକ (ଅଧିକାଂଶ ମହିଳା) ୪୦ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଜିଲା ସଦର ମହକୁମାକୁ ଯାଇ ଜିଲାପାଳ ଏବଂ ଏସ୍‌ପି ଅଫିସ ଘେରାଉ କରିଛନ୍ତି। ମୃତକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶନିବାରଠାରୁ ସେଠାରେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଜଙ୍ଗଲରେ କେନ୍ଦୁପତ୍ର ତୋଳୁଥିବା ପିଡ଼ିଆ ଓ ଇଟାଓ୍ବର ଗ୍ରାମର ୧୨ ଜଣ ନିରୀହ ଶ୍ରମିକଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଅଭଲାମ୍‌ ବୁଦ୍ରି କହିଛନ୍ତି, ଏନ୍‌କାଉଣ୍ଟର ଦିନ ତାଙ୍କ ସ୍ବାମୀ କେନ୍ଦୁପତ୍ର ତୋଳୁଥିବାବେଳେ ପୋଲିସ ତାଙ୍କୁ ଉଠାଇନେଇଛି। ପୋଲିସ ଗୁଳିମାଡ଼ରେ ଆଉ କେତେଜଣ ତୋଳାଳି ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ କହିଛନ୍ତି, ସୁରକ୍ଷା ବଳ ସମ୍ବିଧାନ ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତା ପାଇଁ କାର୍ଯ୍ୟ କରିବା କଥା। କିନ୍ତୁ ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କଲେ ମାଓବାଦୀ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏପରି କି ମାଓବାଦୀଙ୍କ ବସ୍ତର ଡିଭିଜନ୍‌ କମିଟି ମଧ୍ୟ ମୃତକମାନେ ମାଓବାଦୀ ନ ଥିଲେ ବୋଲି ସ୍ପଷ୍ଟ କରିଛି। ଏହି ଗଣହତ୍ୟାରେ ୧,୨୦୦ ସୁରକ୍ଷା ବଳ ନିୟୋଜିତ ହୋଇଥିବା କହି ଏହାର ନ୍ୟାୟିକ ତଦନ୍ତ ଦାବି କରିଛି। ଆଦିବାସୀ ଅଧିକାର କର୍ମୀ ସୋନି ସୋରି ଏଭଳି ସମସ୍ତ ଗଣହତ୍ୟା ବିରୋଧରେ ହାଇକୋର୍ଟଙ୍କ ଆଶ୍ରୟ ନେବାକୁ ବାହାରିଛନ୍ତି।
ଅନ୍ୟପକ୍ଷେ ପୋଲିସ ଡିଆଇଜି (ଦକ୍ଷିଣ ବସ୍ତର) କମଳଲୋଚନ କାସ୍ୟପ କହିଛନ୍ତି, ସମସ୍ତ ମୃତକ ମାଓବାଦୀ ଥିଲେ। ସେମାନଙ୍କୁ ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଘଟଣା ଦିନ ପୋଲିସ ଆସୁଥିବା ଖବର ପାଇ ସେମାନେ ୟୁନିଫର୍ମ ବଦଳାଇ ଗ୍ରାମବାସୀଙ୍କ ବେଶ ଧାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri