ଜେଲ ଗଲେ ହତ୍ୟାକାରୀ ଚାବି ମେକାନିକ

ବ୍ରହ୍ମପୁର ଅଫିସ,୨୮ା୨: ଗତ ୨୪ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅଧୀନ ଅଳକାପୁରୀ ସପ୍ତମ ଲେନ୍‌ରେ ରହୁଥିବା ବିଜୟ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ସୁରଜାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ହତ୍ୟାକାରୀଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ବଳିଆ ଓରଫ ବଳରାମ ସାହୁ (୨୬)। ସୁନା ଗହଣା ଓ ଟଙ୍କା ଲୁଟ ଉଦ୍ଦେଶ୍ୟରେ ବଳିଆ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସ୍ପଷ୍ଟ କରିଛି। ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଇରାଣୀର ମୂଳ ନିବାସୀ ହୋଇଥିବା ବେଳେ ବର୍ତ୍ତମାନ ସଦର ଥାନା ଅନ୍ତର୍ଗତ ଭାବିନିପୁରରେ ରହୁଛନ୍ତି। ବଳିଆ ଜଣେ ଅଲମୀରା ଚାବି ମେକାନିକ ଅଟନ୍ତି।

ଘଟଣା ଦିନ ବିଜୟଙ୍କ ଘରେ ଥିବା ଏକ ଅଲମୀରା ମରାମତି ପାଇଁ ବଳିଆ ୨/୩ ଥର ଯାଇଥିଲେ। ଘଟଣା ଦିନ ସନ୍ଧ୍ୟାରେ ବିଜୟ ଘରୁ କୌଣସି କାମରେ ବାହାରକୁ ଯିବା ପରେ ତାଙ୍କ ଘର ପାଚେରି ଡେଇଁ ବଳିଆ ଭିତରକୁ ଯାଇଥିଲେ। ସୁରଜା ହଠାତ ବଳିଆଙ୍କୁ ଦେଖି, ତୁ ଘର ଭିତରକୁ କାହିଁକି ଆସିଲୁ ବୋଲି ପଚାରିଥିଲେ। ବଳିଆ ଘର ଭିତରେ ଧସେଇ ପଶିଥିଲେ। ସୁରଜା ଏନେଇ ପୋଲିସକୁ ଜଣାଇବେ ବୋଲି କହିଥିଲେ। ପରେ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ବଳିଆ ଉତକ୍ଷିପ୍ତ ହୋଇ ସୁରଜାଙ୍କୁ ତାଙ୍କ ରୋଷେଇ ଘରେ ଥିବା ଏକ ଛୁରିରେ ଆକ୍ରମଣ କରିଥିଲେ। ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଘଟଣା ପରେ ବଳିଆ ଲୁଟି ନେଇଥିବା ବୃଦ୍ଧାଙ୍କ ମୋବାଇଲ, ଭ୍ୟାନିଟ ବ୍ୟାଗ, କଳାମାଳି ଓ ଘଟଣା ଦିନ ବଳିଆ ପିନ୍ଧିଥିବା ପୋଷାକ ଓ ରକ୍ତଭିଜା ଛୁରି ମଧ୍ୟ ପୋଲିସ ଜବତ କରିଛି। ମାମଲା ନଂ.୯୫/୨୨ ରେ ବଳିଆଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri