Posted inଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ଦେଲେ ୟୁକ୍ରେନରେ ପ୍ରାଣ ହରାଇଥିବା ଛାତ୍ରଙ୍କ ବାପା

ନୂଆଦିଲ୍ଲୀ,୨।୩: ଭାରତୀୟ ଛାତ୍ରୀଛାତ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଫେଲ୍‌ ହେବା ପରେ ପଢ଼ିବାକୁ ବିଦେଶ ଯାଆନ୍ତି। ଏଭଳି ମନ୍ତବ୍ୟ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ଉତ୍ତର ଦେଇଛନ୍ତି ୟୁକ୍ରେନର ଖାରକିଭରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ବାପା।

“୨୧ ବର୍ଷୀୟ ନବୀନ ଜଣେ ବୁଦ୍ଧିମାନ ଛାତ୍ର ଥିଲେ। କିନ୍ତୁ ଭାରତରେ ମେଡିସିନ ଉପରେ ଅଧ୍ୟୟନ କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନ ଥିଲା। ଏଣୁ ଅଧ୍ୟୟନ ପାଇଁ ସେ ୟୁକ୍ରେନ ଯାଇଥିଲେ” ବୋଲି ନବୀନଙ୍କ ବାପା ଶେଖରାପ୍ପା ଜ୍ଞାନଗୌଦର କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରଲ୍ହାଦ ଯୋଶୀଙ୍କୁ ଭାରତୀୟ ଛାତ୍ରୀଛାତ୍ର କାହିଁକି ୟୁକ୍ରେନରେ ଅଧ୍ୟୟନ କରୁଛନ୍ତି ବୋଲି ପ୍ରଶ୍ନର କରାଯାଇଥିଲା। ଏହାର ଉତ୍ତରରେ “ବିଦେଶରେ ପଢ଼ୁଥିବା ୯୦ ପ୍ରତିଶତ ଛାତ୍ରୀଛାତ୍ର ଭାରତରେ ପରୀକ୍ଷାରେ କ୍ୱାଲିଫାଏ କରିପାରନ୍ତି ନାହିଁ। କିନ୍ତୁ ଏ ବିଷୟରେ ଆଲୋଚନା କରିବା ପାଇଁ ଏହା ଉଚିତ ସମୟ ନୁହେଁ” ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ନବୀନଙ୍କ ବାପା କହିଛନ୍ତି, “ଭାରତରେ ମେଡିସିନ ପଢ଼ିବା ପାଇଁ ବଡ଼ ଡୋନେଶନ ଦରକାର। ଏଣୁ ବୁଦ୍ଧିମାନ ଛାତ୍ରୀଛାତ୍ର ବିଦେଶରେ ଅଧ୍ୟୟନ କରନ୍ତି। କର୍ନାଟକ ତୁଳନାରେ ସେଠାରେ ଖୁବ୍‌ କମ୍‌ ଅର୍ଥ ଖର୍ଚ୍ଚ ହୁଏ। ଏଠାରେ କୋଟାରେ ସିଟ୍‌ ପାଇବାକୁ ହେଲେ କୋଟିଏ ଟଙ୍କା ଦେବାକୁ ପଡ଼ୁଛି”।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri