ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ଏନେଇ ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଆଇଜି ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଆନ୍ନା ଥିବା ବେଳେ ଅନ୍ୟ ୬ ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ରହିଛନ୍ତି। ତେବେ ଏହି ଘଟଣାରେ ପୋଲିସକୁ ଚକ୍‌ମା ଦେବା ପାଇଁ ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ। ହତ୍ୟା ପରେ ଅଭିଯୁକ୍ତ ଫେରାର ନ ହୋଇ ମୃତଦେହ ପାଖରେ ରହି ସମବେଦନା ଜଣାଉଥିଲେ। ଖାଲି ସେତିକି ନୁହେଁ କାନ୍ଦିବା ଅଭିନୟ ମଧ୍ୟ କରିଥିଲେ ଅପରାଧୀ। ତେବେ ଏ ସମସ୍ତେ ପୂର୍ବରୁ ଅପରାଧୀ ତେବେ ହତ୍ୟାର କାରଣ ହେଉଛି ମୃତ ବାପୁନୁ ନବ ରାୟ ନାମକ ବ୍ୟକ୍ତି ପାଖରେ କାର୍ଯ୍ୟ କରୁଥିଲେ। ନବଙ୍କର ବଳରାମଗଡ଼ି ମଦ ଦୋକାନ ବୁଝା ବୁଝି କରୁଥିଲେ ବାପୁନୁ। ଏହି ସମୟରେ ନବଙ୍କ ନିକଟରୁ ଆନ୍ନା ୩ଟି ପ୍ଲଟ କିଣିଥିଲେ। ତେବେ ଏଥିରେ କିଛି ଟଙ୍କା ଆନ୍ନା ନବଙ୍କୁ ଦେବାକୁ ଥିବାବେଳେ ଏହାର ବୁଝାବୁଝି ବାପୁନୁ କରୁଥିଲେ। ତେବେ ନବ ଜାଣିବାକୁ ପାଇଥିଲେ ବାପୁନୁ ଆନ୍ନାଙ୍କ ପାଖରୁ ଟଙ୍କା ଆଣି ଆତ୍ମସାତ୍‌ କରିଦେଇଥିଲେ। ଏନେଇ ନବ ଓ ଆନ୍ନାଙ୍କ ସମେତ ୭ ଅଭିଯୁକ୍ତ ମିଶି ହତ୍ୟାକାଣ୍ଡ ରଚିଥିବା ବେଳେ ଏହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ଜଣେ ଚାନ୍ଦିପୁର ଥାନାରେ ଅଟକ ରହିଥିବା  ଆଇଜି ସୂଚନା ଦେଇଛନ୍ତି ।