Posted inଜାତୀୟ

ଦୁର୍ନୀତି ପଦାରେ ପକାଇବାରୁ ମାରିଦେଲେ : ସନ୍ଦେହରେ ଖବରଦାତାଙ୍କ ସମ୍ପର୍କୀୟ ଭାଇ

ନୂଆଦିଲ୍ଲୀ,୫।୧: ଛତିଶଗଡ଼ର ୨୮ ବର୍ଷୀୟ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ମୁକେଶଙ୍କ ସମ୍ପର୍କୀୟ ଭାଇ ରିତେଶ ଚନ୍ଦ୍ରାକର ବୋଲି ଜଣାପଡ଼ିଛି।
ବସ୍ତର ଅଞ୍ଚଳର ଗଙ୍ଗାଲୁରରୁ ହିରୋଲି ୧୨୦ କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପରେ ଦୁର୍ନୀତିକୁ ମୁକେଶ ତାଙ୍କ ଅନୁସନ୍ଧାନମୂଳକ ଖବର ଜରିଆରେ ପଦାରେ ପକାଇଥିଲେ। ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଟେଣ୍ଡର ୫୦ କୋଟି ଟଙ୍କା ହୋଇଥିବାବେଳେ କାର୍ଯ୍ୟ ପରିସରରେ କୌଣସି ପରିବର୍ତ୍ତନ କରା ନ ଯାଇ ଏହାକୁ ୧୨୦ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଥିଲା। ଠିକାଦାର ସୁରେଶ ଚନ୍ଦ୍ରାକର ଏହି କାର୍ଯ୍ୟର ଠିକା ନେଇଥିଲେ। ତେବେ ମୁକେଶଙ୍କ ରିପୋର୍ଟ ପରେ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁକେଶଙ୍କ ଭାଇ ରିତେଶ ତାଙ୍କୁ ଜାନୁଆରୀ ୧ରେ ଠିକାଦାରଙ୍କ ସହ ଭେଟ କରାଇବା ବ୍ୟବସ୍ଥା କରିଥିଲେ। ଏହା ପରେ ମୁକେଶଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯିବା ସହ ସେ ନିଖୋଜ ଥିବା ତାଙ୍କ ବଡ଼ଭାଇ ୟୁକେଶ ଚନ୍ଦ୍ରାକର ଥାନାରେ ଜଣାଇଥିଲେ। ଏହାର ଦୁଇଦିନ ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କ ମୃତଦେହ ମିଳିଥିଲା। ପୋଲିସ ରିତେଶ ଏବଂ ତାଙ୍କ ପରିବାରର ଅନ୍ୟତମ ସଦସ୍ୟ ଦିନେଶ ଚନ୍ଦ୍ରାକରଙ୍କୁ ଗିରଫ କରିଥିବାବେଳେ ଠିକାଦାର ସୁରେଶ ଫେରାର ହୋଇଯାଇଛନ୍ତି।
ମୁକେଶଙ୍କ ସହ ରିତେଶଙ୍କର ଭଲ ସମ୍ପର୍କ ରହିଆସିଥିଲା। ତେବେ ସେ ଠିକାକାର୍ଯ୍ୟରେ ଦୁର୍ନୀତି ଖବର ପଦାରେ ପକାଇବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଅନୁସନ୍ଧାନମୂଳକ ଖବର ପରେ ମୁକେଶଙ୍କ ପରିବାରକୁ ସିଧାସଳଖ ଧମକ ମିଳି ନ ଥିଲେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ଛତିଶଗଡ଼ ସରକାର ତୁରନ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦାବି କରିଛନ୍ତି।

ଛତିଶଗଡ଼ର ଟିଭି ଖବରଦାତା ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା ଘଟଣାକୁ ଦି ପ୍ରେସ୍‌ ଆସୋସିଏଶନ ଏବଂ ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଶନିବାର ନିନ୍ଦା କରିଛି। ରାଜ୍ୟ ସରକାର ମାମଲାର ଉପଯୁକ୍ତ ତଦନ୍ତ କରିବା ପାଇଁ ଉଭୟ ଗଣମାଧ୍ୟମ ସଂଗଠନ ଦାବି କରିଛନ୍ତି।
ମୁକ୍ତବୃତ୍ତି ଖବରଦାତା ମୁକେଶ ଏକ ସଡ଼କ ନିର୍ମାଣ କାର୍ଯ୍ୟରେ ଅନିୟମିତତାକୁ ପଦାରେ ପକାଇଥିଲେ। ବିଜାପୁର ସହରର ସ୍ଥାନୀୟ ଠିକାଦାରଙ୍କ ଜମିରେ ଥିବା ପାଇଖାନା ଟାଙ୍କିରୁ ଶୁକ୍ରବାର ତାଙ୍କ ମୃତଦେହ ମିଳିଥିଲା। ଯୁବ ସାମ୍ବାଦିକଙ୍କ ମୃତ୍ୟୁ ଗଭୀର ଚିନ୍ତାର ବିଷୟ। ଏହା ପଛରେ ଆପରାଧିକ କାର୍ଯ୍ୟ ରହିଥିବା ସନ୍ଦେହ କରାଯାଉଛି। ଛତିଶଗଡ଼ ସରକାର ତଦନ୍ତରେ କୌଣସି ସୁଯୋଗ ହାତଛଡ଼ା ନ କରି ଅପରାଧୀଙ୍କୁ କାଠଗଡ଼ାକୁ ଆଣନ୍ତୁ ବୋଲି ଏଡିଟର୍ସ ଗିଲ୍ଡ ଆହ୍ବାନ ଦେଇଛି। ଫିଲ୍ଡରୁ ଖବର ସଂଗ୍ରହ କରୁଥିବା ଏବଂ ଅନୁସନ୍ଧାନକାରୀ ସାମ୍ବାଦିକତାରେ ସମ୍ପୃକ୍ତ ଖବରଦାତାମାନଙ୍କ ସୁରକ୍ଷା ଦିଗରେ ଛତିଶଗଡ଼ ସରକାର ପଦକ୍ଷେପ ନେବାକୁ ଉଭୟ ସଂଗଠନ ନିବେଦନ କରିଛନ୍ତି। ଖବରଦାତାମାନେ ଯେପରି ନିର୍ଭୟରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବେ ସେଥିପାଇଁ ଦୃଢ଼ ସୁରକ୍ଷା ଜରୁରୀ ବୋଲି ଦି ପ୍ରେସ୍‌ ଆସୋସିଏଶନ କହିଛି। ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ ଏବଂ ଇଣ୍ଡିଆନ୍‌ ଓ୍ବେମେନ୍‌ ପ୍ରେସ୍‌ କର୍‌ ଖବରଦାତାଙ୍କୁ ହତ୍ୟା ଘଟଣାକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଆହ୍ବାନ ଦେଇଛନ୍ତି। ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରି ରାଜ୍ୟ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri