ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ସଦ୍ୟତମ ଗବେଷଣା ରିପୋର୍ଟରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଏପରିକି ଏହି ହାର ଗତ ଆର୍ଥିକ ବର୍ଷରେ ୭.୨% ଏବଂ ୨୦୧୧-୧୨ ଆର୍ଥକ ବର୍ଷରେ ୨୫.୭% ରହିଥିଲା।
ସେହିଭଳି ଏହି ଅବଧି ମଧ୍ୟରେ ସହରୀ ଦାରିଦ୍ର୍ୟ ହାର ହ୍ରାସ ପାଇ ୪.୦୯%ରେ ପହଞ୍ଚିଥିବା ଏସବିଆଇର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଏପରିକି ସାମଗ୍ରିକ ଭାବେ ଦାରିଦ୍ର୍ୟ ହାର ୪ ରୁ ୪.୫% ସ୍ତରକୁ ଖସି ଆସିଛି। ଅପରପକ୍ଷରେ ସରକାରୀ ସହାୟତା, ଉପଭୋକ୍ତା ବ୍ୟୟ ବୃଦ୍ଧି, ଖାଦ୍ୟ ମୂଲ୍ୟ ପରିବର୍ତ୍ତନ କେବଳ ଖାଦ୍ୟଜନିତ ବ୍ୟୟ ନୁହେଁ ବରଂ ସାମଗ୍ରିକ ବ୍ୟୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏପରିକି ସର୍ବନିମ୍ନ ଖୁଚୁରା ମୂଲ୍ୟକୁ ଆଧାର କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମା ୨୦୨୩-୨୪ ଆର୍ଥିକ ବର୍ଷରେ ୧୬୩୨ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ୧୯୪୪ ଟଙ୍କା ରହିଥିବା ଏନଏସଏସଓ ରିପୋର୍ଟକୁ ଉଲ୍ଲେଖ କରି ଏସବିଆଇ ପକ୍ଷରୁ କୁହାଯାଇଛି।
ସେହିପରି ୨୦୧୧-୧୨ ଆର୍ଥିକ ବର୍ଷରେ ଏହା ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ଥିଲା। ଏପରିକି ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି କାରଣରୁ ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ୨୦୨୩-୨୪ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୦ରୁ ୫% ହ୍ରାସ ପାଇଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ (ଏମପିସିଇ) ହାରରେ ରହିଥିବା ତାରତମ୍ୟ ହ୍ରାସ ପାଇଛି। ୨୦୦୯-୧୦ ଆର୍ଥିକ ବର୍ଷରେ ଏହା ୮୮.୨% ଥିବାବେଳେ ୨୦୨୩-୨୪ଆର୍ଥିକ ବର୍ଷରେ ୬୯.୭%କୁ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ସରକାରୀ ଯୋଜନା,ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ସାମଗ୍ରିକ ସୁଧାର କାରଣରୁ ଏହି ତାରତମ୍ୟ କମିଛି। ଭୌତିକ ଭିତ୍ତିଭୂମିରେ ଉନ୍ନତି କାରଣରୁ ଗ୍ରାମୀଣ ପରିବହନ ସୁଧାର ଆସିଛି, ଫଳରେ ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଦେଢ ଲକ୍ଷ କିଲୋମିଟର ଜାତୀୟ ରାଜପଥ ର୍ନିମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ଲକ୍ଷ କିଲୋମିଟରରୁ ଅଧିକ ଲମ୍ବା ସଡ଼କ ର୍ନିମାଣ କରାଯାଇଛି। ମାସିକ ମୁଣ୍ଡ ପିଛା ଉପଭୋକ୍ତା ବ୍ୟୟକୁ ଅନୁଧ୍ୟାନ କଲେ ୨୦୦୪-୦୫ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ଆର୍ଥିକ ବର୍ଷରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୮୮.୨% ରୁ ୬୯.୭%କୁ ହ୍ରାସ ପାଇଛି। ଏ କ୍ଷେତ୍ରରେ ବିହାର, ରାଜସ୍ଥାନ ଭଳି ରାଜ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପାରିବାରିକ ବଜେଟରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି ପାଇଥିବା ଏସବିଆଇ ରିପୋର୍ଟରେ କୁହାଯାଇଛି। ଏହା ୨୦୧୧-୧୨ ଆର୍ଥିକ ବର୍ଷରେ ୪୭.୪% ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୫୨.୯୬%କୁ ବୃଦ୍ଧି ପାଇଛି, ସହରାଞ୍ଚଳରେ ଏହା ୫୭.୩୮% ରୁ ୬୦.୩୨%କୁ ବୃଦ୍ଧି ପାଇଛି। ଏହା ଉପଭୋକ୍ତାଙ୍କ ମଧ୍ୟରେ ଆର୍ଥିକ ଦୃଢତାକୁ ଦର୍ଶାଉଛି,କାରଣ ସେମାନେ ମୌଳିକ ଆବଶ୍ୟକତା ବାଦ୍‌ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ବଳ ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?