ଶୋଇଥିବା ବେଳେ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ, ୫।୨: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ଅଏଁଲାସାରୀ ଗାଁର ଜନ୍ମ ଖୁଣ୍ଟୁଲି(୫୫)। ଜନ୍ମ ଘରେ ଶୋଇଥିବାବେଳେ ଗଁାର ବିଭୂତି ଷାଣ୍ଢ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ସ୍ତ୍ରୀ ଉଠି ପଡିଥିଲେ। ଏହାପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ପରେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ବୁର୍ଲା ମେଡିକାଲ ହସ୍ପିଟାଲରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଇଁତଲା ଥାନାରେ ମାମଲା ରୁଜୁ ହୋଇଛି। ଜାତି ସମାଜ କାର୍ଯ୍ୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚାରିବାରୁ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୋଜା ଯାଉଛି। ଘଟଣାସ୍ଥଳରୁ ଏକ ରକ୍ତଲଗା ଏକ ମାରଣାସ୍ତ୍ର ମିଳିଛି ବୋଲି ସେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।