ହତ୍ୟା କରି ଟ୍ରେନଲାଇନ୍‌କୁ ଫିଙ୍ଗି ଦେଇଥିଲେ

ବଲାଙ୍ଗୀର, ୧୩ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ଅଧୀନ ଅଇଁଲାଚୁଆଁ ଗାଁର ରଜତ ପ୍ରଧାନ(୨୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତମାନେ ରଜତଙ୍କୁ ହତ୍ୟା କରିବା ପରେ ରେଳଲାଇନ୍‌ କଡରେ ମୃତଦେହ ଫିଙ୍ଗିଦେଇ ଏହାକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲେ। ତ୍ରିକୋଣୀୟ ପ୍ରେମ ଘଟଣାରୁ ଏହି ଜଘନ୍ୟ ହତ୍ୟା ଘଟିଥିତ୍ବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ଘଟଣାରେ ପୁଇଁତଳା ଥାନା ସିଲେଟପଡା ଗଁାର ୪ ଜଣ ନାବାଳକ ସମେତ ୬ ଜଣଙ୍କୁ ପୋଲିସ କାବୁ କରିଛି। ଦୁଇ ଅଭିଯୁକ୍ତ ସିଲେଟପଡାର ସୂର୍ଯ୍ୟକାନ୍ତ ସେଲମା (୨୧) ଏବଂ ରାଜୀବ ବଗର୍ତ୍ତୀ (୨୧)ଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ୪ ନାବାଳକଙ୍କୁ ଜୁଭେନାଇଲ ବୋର୍ଡରେ ହାଜର କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ମୋବାଇଲ ଜବତ କରିଛି। ବଲାଙ୍ଗୀର ଏସ୍‌ପି ଋ଼ଷିକେଶ ଖିଲାରି ହତ୍ୟାକାଣ୍ଡ ସମ୍ପର୍କରେ ସଦର ଥାନାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଗତ ଜୁନ୍‌ ୨୪ ତାରିଖ ସନ୍ଧ୍ୟାରୁ ରଜତ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ତାଙ୍କୁ ନ ପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ୨୫ ତାରିଖ ଖଜେନପାଲି ନିକଟ ବଲାଙ୍ଗୀର-ଦେଓଗାଁ ରେଳଲାଇନ୍‌ କଡରୁ ରଜତଙ୍କ ମୃତଦେହକୁ ବଲାଙ୍ଗୀର ରେଲୱେ ପୋଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ ଅଭିଯୋଗ ଥିଲେ। ଏପରିକି ପରିବାର ଏବଂ ଗାଁ ଲୋକେ ରଜତଙ୍କୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏସ୍‌ପି ଖିଲାରି ଘଟଣାର ସ୍ବତନ୍ତ୍ର ତଦନ୍ତ କରିବାକୁ ସଦର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସଦର ପୋଲିସ ତଦନ୍ତ ଆରମ୍ଭ କରି ପୁଇଁତଳା ଥାନା ଅନ୍ତର୍ଗତ ସିଲେଟପଡା ଗାଁରୁ ୬ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ଏଥିରୁ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ସିଲେଟପଡାର ଗିରଫ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ଗୋଟିଏ ଝିଅକୁ ଭଲ ପାଉଥିବାରୁ ରଜତଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଯୋଜନା କରିଥିବା ଏସ୍‌ପି ଖିଲାରି ସୂଚନା ଦେଇଥିଲେ। ଜୁନ୍‌ ୨୪ ତାରିଖ ସନ୍ଧ୍ୟାରେ ଏକ ମୋବାଇଲ ଫୋନ୍‌ରେ ଝିଅ ସହ ଭେଟ ହେଉଥିବା ସ୍ଥାନକୁ ରଜତଙ୍କୁ ଡକାଯାଇଥିଲା ଏବଂ ସେଠାରୁ ଅଭିଯୁକ୍ତମାନେ ତାଙ୍କୁ ଦୁଇଟି ମୋଟର ସାଇକେଲରେ ଉଠାଇ ନେଇ ହତ୍ୟା କରିଥିଲେ ବୋଲି ଏସ୍‌ପି କହିଥିଲେ। ପରେ ରଜତଙ୍କ ମୋବାଇଲ ଫୋନ୍‌କୁ ଏକ କୂଅରେ ଫିଙ୍ଗି ଦେଇଥିଲେ। ବୁଧବାର ଅଟକ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ସିଲେଟ୍‌ପଡା ଗ୍ରାମକୁ ଯାଇ ସେଠାକାର ଏକ କୂଅରୁ ରଜତଙ୍କ ମୋବାଇଲ ଫୋନ୍‌ ଉଦ୍ଧାର କରିବା ସହ ଅଳ୍ପ କିଛି ଦୂରରୁ ଏକ ମାରଣାସ୍ତ୍ର ଜବତ କରିଥିଲା। ରଜତଙ୍କ ପିତା ନିରାକାର ପ୍ରଧାନ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି। ଏଭଳିକି ଯେଉଁ ଝିଅ ପାଇଁ ତାଙ୍କ ପୁଅକୁ ହତ୍ୟା କରାଯାଇଛି ସେ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି କହି ତାଙ୍କୁ ମଧ୍ୟ ଗିରଫ ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ପି ଖିଲାରିଙ୍କ ସହ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri