ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ରଜାମରା ଗାଁର ପରମେଶ୍ୱର ମହାକୁଡ (୪୨)ଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନାନୁସାରେ ଗତ ଫେବୃୟାରୀ ୧୯ରେ ଧୁବଲ ରଣା ତାଙ୍କ ଚାଷଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକେ କାଳେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ଅନୁମାନ କରି ଫେବୃୟାରୀ ୨୧ରେ ପୁଣି ଥରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଥିଲା। ସେହିଦିନ ଗାଁକୁ ଯାଇ ପରିବାର ଲୋକ ଓ ଅନ୍ୟ କେତେଜଣଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଏହି ସମୟରେ ଗାଁ ପୋଖରୀ ବନ୍ଧରେ ଏକ ଟାଙ୍ଗିଆ ଏବଂ ଚପଲ ପଡିଥିବା ନେଇ ଖବର ମିଳିଥିଲା। ପରିବାର ଲୋକେ ଚପଲ ଧୁବଲଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ପୋଲିସ ତଦନ୍ତକୁ ଆଗକୁ ବଢାଇଥିଲା। ଧୁବଲଙ୍କ ସହ ବିବାଦ ଥିବା ପରମେଶ୍ୱର ମହାକୁଡଙ୍କୁ ମଙ୍ଗଳବାର ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ଜେରାବେଳେ ପରମେଶ୍ୱର ଧୁବଲଙ୍କୁ ହତ୍ୟା କରିଥିବା ସ୍ବୀକାର କରି ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ସୂଚନା ଦେଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡସ୍ଥଳକୁ ଯାଇଥିଲା। ହତ୍ୟା କରିିବା ପରେ ଗାଁଠାରୁ ଅନତି ଦୂର ସୀମାନ୍ତ ମୁରିବାହାଲ ଥାନା କଟାଡୁଙ୍ଗୁରି ଗାର୍ଡୱାଲ ନିକଟରେ ମାଟିତଳେ ବୃଦ୍ଧଙ୍କ ମୃତଦେହ ପୋତି ଦେଇଥିବା ଅଭିଯୁକ୍ତ କହିଥିଲେ। ବଲାଙ୍ଗୀର ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ରତନଲାଲ ମୁଣ୍ଡାଙ୍କ ଉପସ୍ଥିତିରେ ପୋତା ଯାଇଥିବା ସ୍ଥାନରୁ ମୃତଦେହ ବାହାର କରାଯାଇଥିଲା। ଜମିବାଡି ଏବଂ ଅନ୍ୟ କାରଣରୁ ଧୁବଲଙ୍କୁ ସେ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତଦେହ ଗଳିତ ହୋଇପଡିଥିବାରୁ ତାକୁ ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଯାଇଛି ା ମଙ୍ଗଳବାର କଣ୍ଟାବାଞ୍ଜି ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଆଇଆଇସି ରଶ୍ମିତା ବେହେରା ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ମୃତକଙ୍କ ପୁଅ ଭୂତେଶ୍ୱର ରଣାଙ୍କ ଏତଲା ଆଧାରରେ ଏକ ମାମଲା(୭୨/୨୪)ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri