Posted inଖେଳ

କିକୋ ଓଡ଼ିଶା ଏଫ୍‌ସିର ନୂଆ କୋଚ୍‌: କିନୋ ସହକାରୀ କୋଚ୍‌ ନିଯୁକ୍ତ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ୍‌)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ନିଯୁକ୍ତ କରିଛି। ସ୍ପେନର ଫ୍ରାନ୍ସିସ୍କୋ ରାମିରେଜ ଗୋଞ୍ଜାଲେଜ (କିକୋ) ମୁଖ୍ୟ କୋଚ୍‌ ଏବଂ ଜୋଆକ୍ୱିନ ଗାର୍ସିଆ ସାଞ୍ଚେଜ (କିନୋ) ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ୫୧ ବର୍ଷୀୟ କିକୋ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳ ଓଡ଼ିଶା ଏଫ୍‌ସି ସହ ୧ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ତେବେ ଆବଶ୍ୟକ ହେଲେ ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ।
ଜଣେ ଖେଳାଳିଭାବେ ପେସାଦାର ଫୁଟ୍‌ବଲରୁ ଅବସର ନେବାପରେ କିକୋ ୨୦୦୨ରେ ସ୍ପାନିଶ୍‌ କ୍ଲବ ଜିମ୍ନାଷ୍ଟିକ୍‌ ଦଳର ସହକାରୀ କୋଚ୍‌ଭାବେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ସେ ପୋବ୍‌ଲା ମାଫୁମେଟ ଦଳରେ ଯୋଗ ଦେଇଥିଲେ ଏବଂ ପରେ ୨୦୧୨ରେ ପୁଣି ଜିମ୍ନାଷ୍ଟିକ୍‌ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଅନ୍ୟ ସ୍ପାନିଶ୍‌ କ୍ଲବ ସିଇ ଏଲ’ ହସ୍ପିଟାଲେଟ, ସିଡି କାଷ୍ଟେଲୋନ ଏବଂ ସିଇ ସାବାଡେଲ ଦଳକୁ ମଧ୍ୟ କୋଚିଂ ଦେବାର ଦକ୍ଷତା ରଖିଛନ୍ତି। ସ୍ପେନର ପ୍ରଥମ ଡିଭିଜନ ଲିଗ୍‌ରେ ସେ କ୍ଲବ ନାଷ୍ଟିକ୍‌ ଡି ଟାରାଗୋନା ଦଳର ଦ୍ୱିତୀୟ କୋଚ୍‌ ଥିଲେ। ୨୦୧୭ରେ ସେ କୋଚ୍‌ ଭାବେ ବିଦେଶରେ କୋଚିଂ ଦେବା ଆରମ୍ଭ କରିଥିଲେ। ସେତେବେଳେ ସେ ପୋଲାଣ୍ଡ ଫୁଟବଲ କ୍ଲବ ଓ୍ବିସଲା କ୍ରାକୋ ଦଳ ସହ ଚୁକ୍ତି କରିଥିଲେ। ଭାରତ ଆସିବା ପୂର୍ବରୁ ଏହି ୟୁଫା ପ୍ରୋ ଲାଇସେନ୍ସଧାରୀ ଗ୍ରୀକ୍‌ ପେସାଦାର କ୍ଲବ ଏଓ ଜାନଥି ଏଫ୍‌ସି ଦଳର ମଧ୍ୟ କୋଚ୍‌ ଥିଲେ। ସ୍ପେନର ଟାରାଗୋନାରେ ଜନ୍ମିତ କିକୋ ଜିମ୍ନାଷ୍ଟିକ୍‌ ୟୁଥ୍‌ କ୍ଲବ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ସିନିୟର ଦଳରେ ଖେଳିଥିଲେ। ଏହା ବ୍ୟତୀତ ସେ ସାବାଡେଲ, ମାଲାଗା, ସିଉଟା, କାର୍ଟାଗୋନୋଭା ପରି ସ୍ପେନର ଆଉ କେତେକ କ୍ଲବ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।
ଓଡ଼ିଶା ଏଫ୍‌ସି କ୍ଲବ ସଭାପତି ରାଜ ଅଥଓ୍ବାଲ କିକୋଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ସେ ବିଭିନ୍ନ କ୍ଲବ ସହିତ ଜଡ଼ିତ ରହି ସାରିଥିବାରୁ ଅଭିଜ୍ଞତାରେ ଭରପୂର। ୟୁରୋପରେ ଅନେକ କ୍ଲବ ସହିତ ତାଙ୍କ ରେକର୍ଡ ମଧ୍ୟ ଭଲ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବା ଆଶା ରହିଛି ବୋଲି ଅଥଓ୍ବାଲ କହିଛନ୍ତି। ଓଡ଼ିଶା ଏଫ୍‌ସି ସହିତ ଜଡ଼ିତ ହୋଇ ଭାରତ ଆସିଥିବାରୁ କିକୋ ମଧ୍ୟ ଖୁସି ଜାହିର କରିଛନ୍ତି। ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଆମେ କଠିନ ପରିଶ୍ରମ କରିବୁ ଏବଂ ପ୍ରଶଂସକଙ୍କୁ ଖୁସି କରିବାକୁ ଚେଷ୍ଟା କରିବୁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଓଡ଼ିଶା ଏଫ୍‌ସି ୨୦୨୧-୨୨ ସିଜନ ପୂର୍ବରୁ କିନୋଙ୍କୁ ସହକାରୀ କୋଚ୍‌ ଏବଂ ଫୁଟ୍‌ବଲ ଉନ୍ନୟନ ମୁଖ୍ୟଭାବେ ନିଯୁକ୍ତ କରିଛିି। ୟୁଫା ପ୍ରୋ ଲାଇସେନ୍ସଧାରୀ କିନୋ ଭାଲେନ୍ସିଆ ସିଏଫ୍‌ ୟୁଥ୍‌ ଟିମ୍‌ର କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି ଏବଂ କୋଚିଂ ଦିଗରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ନିଜ ନିଯୁକ୍ତିରେ କିନୋ ଖୁସି ଜାହିର କରିବା ସହ ଦଳସହ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କୁ ଆମେ ଗର୍ବିତ କରିବାଭଳି କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri