Posted inଖେଳ

କିକୋ ଓଡ଼ିଶା ଏଫ୍‌ସିର ନୂଆ କୋଚ୍‌: କିନୋ ସହକାରୀ କୋଚ୍‌ ନିଯୁକ୍ତ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ୍‌)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍‌ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍‌ ଏବଂ ସହକାରୀ କୋଚ୍‌ ନିଯୁକ୍ତ କରିଛି। ସ୍ପେନର ଫ୍ରାନ୍ସିସ୍କୋ ରାମିରେଜ ଗୋଞ୍ଜାଲେଜ (କିକୋ) ମୁଖ୍ୟ କୋଚ୍‌ ଏବଂ ଜୋଆକ୍ୱିନ ଗାର୍ସିଆ ସାଞ୍ଚେଜ (କିନୋ) ନୂଆ ସହକାରୀ କୋଚ୍‌ ହୋଇଛନ୍ତି। ୫୧ ବର୍ଷୀୟ କିକୋ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଦଳ ଓଡ଼ିଶା ଏଫ୍‌ସି ସହ ୧ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ତେବେ ଆବଶ୍ୟକ ହେଲେ ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ।
ଜଣେ ଖେଳାଳିଭାବେ ପେସାଦାର ଫୁଟ୍‌ବଲରୁ ଅବସର ନେବାପରେ କିକୋ ୨୦୦୨ରେ ସ୍ପାନିଶ୍‌ କ୍ଲବ ଜିମ୍ନାଷ୍ଟିକ୍‌ ଦଳର ସହକାରୀ କୋଚ୍‌ଭାବେ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୦ରେ ସେ ପୋବ୍‌ଲା ମାଫୁମେଟ ଦଳରେ ଯୋଗ ଦେଇଥିଲେ ଏବଂ ପରେ ୨୦୧୨ରେ ପୁଣି ଜିମ୍ନାଷ୍ଟିକ୍‌ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଅନ୍ୟ ସ୍ପାନିଶ୍‌ କ୍ଲବ ସିଇ ଏଲ’ ହସ୍ପିଟାଲେଟ, ସିଡି କାଷ୍ଟେଲୋନ ଏବଂ ସିଇ ସାବାଡେଲ ଦଳକୁ ମଧ୍ୟ କୋଚିଂ ଦେବାର ଦକ୍ଷତା ରଖିଛନ୍ତି। ସ୍ପେନର ପ୍ରଥମ ଡିଭିଜନ ଲିଗ୍‌ରେ ସେ କ୍ଲବ ନାଷ୍ଟିକ୍‌ ଡି ଟାରାଗୋନା ଦଳର ଦ୍ୱିତୀୟ କୋଚ୍‌ ଥିଲେ। ୨୦୧୭ରେ ସେ କୋଚ୍‌ ଭାବେ ବିଦେଶରେ କୋଚିଂ ଦେବା ଆରମ୍ଭ କରିଥିଲେ। ସେତେବେଳେ ସେ ପୋଲାଣ୍ଡ ଫୁଟବଲ କ୍ଲବ ଓ୍ବିସଲା କ୍ରାକୋ ଦଳ ସହ ଚୁକ୍ତି କରିଥିଲେ। ଭାରତ ଆସିବା ପୂର୍ବରୁ ଏହି ୟୁଫା ପ୍ରୋ ଲାଇସେନ୍ସଧାରୀ ଗ୍ରୀକ୍‌ ପେସାଦାର କ୍ଲବ ଏଓ ଜାନଥି ଏଫ୍‌ସି ଦଳର ମଧ୍ୟ କୋଚ୍‌ ଥିଲେ। ସ୍ପେନର ଟାରାଗୋନାରେ ଜନ୍ମିତ କିକୋ ଜିମ୍ନାଷ୍ଟିକ୍‌ ୟୁଥ୍‌ କ୍ଲବ ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ସିନିୟର ଦଳରେ ଖେଳିଥିଲେ। ଏହା ବ୍ୟତୀତ ସେ ସାବାଡେଲ, ମାଲାଗା, ସିଉଟା, କାର୍ଟାଗୋନୋଭା ପରି ସ୍ପେନର ଆଉ କେତେକ କ୍ଲବ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।
ଓଡ଼ିଶା ଏଫ୍‌ସି କ୍ଲବ ସଭାପତି ରାଜ ଅଥଓ୍ବାଲ କିକୋଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ସେ ବିଭିନ୍ନ କ୍ଲବ ସହିତ ଜଡ଼ିତ ରହି ସାରିଥିବାରୁ ଅଭିଜ୍ଞତାରେ ଭରପୂର। ୟୁରୋପରେ ଅନେକ କ୍ଲବ ସହିତ ତାଙ୍କ ରେକର୍ଡ ମଧ୍ୟ ଭଲ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବା ଆଶା ରହିଛି ବୋଲି ଅଥଓ୍ବାଲ କହିଛନ୍ତି। ଓଡ଼ିଶା ଏଫ୍‌ସି ସହିତ ଜଡ଼ିତ ହୋଇ ଭାରତ ଆସିଥିବାରୁ କିକୋ ମଧ୍ୟ ଖୁସି ଜାହିର କରିଛନ୍ତି। ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଆମେ କଠିନ ପରିଶ୍ରମ କରିବୁ ଏବଂ ପ୍ରଶଂସକଙ୍କୁ ଖୁସି କରିବାକୁ ଚେଷ୍ଟା କରିବୁ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଓଡ଼ିଶା ଏଫ୍‌ସି ୨୦୨୧-୨୨ ସିଜନ ପୂର୍ବରୁ କିନୋଙ୍କୁ ସହକାରୀ କୋଚ୍‌ ଏବଂ ଫୁଟ୍‌ବଲ ଉନ୍ନୟନ ମୁଖ୍ୟଭାବେ ନିଯୁକ୍ତ କରିଛିି। ୟୁଫା ପ୍ରୋ ଲାଇସେନ୍ସଧାରୀ କିନୋ ଭାଲେନ୍ସିଆ ସିଏଫ୍‌ ୟୁଥ୍‌ ଟିମ୍‌ର କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି ଏବଂ କୋଚିଂ ଦିଗରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ନିଜ ନିଯୁକ୍ତିରେ କିନୋ ଖୁସି ଜାହିର କରିବା ସହ ଦଳସହ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ପ୍ରଶଂସକଙ୍କୁ ଆମେ ଗର୍ବିତ କରିବାଭଳି କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri