KIIT କାଣ୍ଡ: ନେପାଳୀ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌, ଭିତରେ ସାଂଘାତିକ କଥା…ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ। ଚାରିଆଡେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣା ଯେତିକି ଆଗକୁ ବଢୁଛି ସେତିକି ନୂଆ ମୋଡ ସୃଷ୍ଟି ହେଉଛି। ବର୍ତ୍ତମାନ ନେପାଳୀ ଛାତ୍ରୀଙ୍କର ସୁଇସାଇଡ ନୋଟ ଜବତ ହୋଇଛି। ଯାହାକୁ ନେଇ ସବୁଠି ହଇଚଇ ସୃଷ୍ଟି ହୋଇଛି।

ମୃତ Nepal Student Death ନୋଟ ଜବତ ହୋଇଛି। ଏହି ସୁଇସାଇଡ ନୋଟ୍‌ଟି ନେପାଳୀ ଭାଷାରେ ଲେଖାଯାଇଛି। ନୋଟ୍‌ରେ ପୁରୁଷ ବନ୍ଧୁ ର୍ନିଯାତନା ଦେଉଥିବା ଲେଖା ଅଛି। ଅଦିକ ସୂଚନା ପାଇଁ ଜବତ ନୋଟ୍‌କୁ ପୋଲିସ ଫରେନ୍ସିକ ବ୍ୟୁରୋକୁ ପଠାଇଛି। ଏହି ହ୍ୟାଣ୍ଡ ରାଇଟିଂ ନେପାଳୀ ଛାତ୍ରୀଙ୍କର କି ନୁହେଁ ଏନେଇ ପୋଲିସ ତନାଘନା କରୁଛି।

KIIT suicide କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି। ଘଟଣା ପାଇଁ ଓଡ଼ିଶାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। କିଟ୍‌ କର୍ତ୍ତୃପକ୍ଷଙ୍କ ଏଭଳି ବ୍ୟବହାରକୁ ନେପାଳ ସରକାର ଏବଂ ସେଠାକାର ଛାତ୍ର ସଂଘ କଡ଼ା ବିରୋଧ କରିଛନ୍ତି। ଇତିମଧ୍ୟରେ ଏକ ଜାତୀୟ ଗଣମାଧ୍ୟମରେ ଘଟଣା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ) ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବ ନେପାଳୀ ଛାତ୍ରୀ ତଥା ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌(୨୦)ଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହି ନ ପାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ପ୍ରକ୍ରିତି ଆତ୍ମହତ୍ୟା କରିଥିଲେ। ଆଦଭିକ୍‌ ସମ୍ପୃକ୍ତା ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏହି ଘଟଣାକୁ ନେଇ ପ୍ରକ୍ରିତି ପୂର୍ବରୁ କିଟ୍‌ ଆଡ୍‌ମିନଷ୍ଟ୍ରେଟିଭଙ୍କୁ ଅଭିଯୋଗ କରିଥିଲେ। ସେ ବାରମ୍ବାର ଆଦଭିକ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମଧ୍ୟ କିଟ୍‌ର କୌଣସି ଅଧିକାରୀ ତାଙ୍କ କଥା ଶୁଣି ନ ଥିଲେ, ବରଂ ତାଙ୍କୁ କଲେଜରୁ ବ୍ୟାନ କରିଦେଇଥିଲେ। ଫେବୃଆରୀ ୧୬ ତାରିଖ ତାଙ୍କ ବ୍ୟାନ୍‌ର ଶେଷ ତାରିଖ ଥିଲା। ଏହି ସମୟ ମଧ୍ୟରେ ଆଦଭିକ୍‌ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରି ଫେରାର ହେବାର ପ୍ଲାନରେ ଥିଲେ। ଠିକ୍‌ ସେହିଦିନ କିଛି ଉପାୟ ନପାଇ ନେପାଳୀ ଛାତ୍ରୀଜଣକ ଜୀବନ ହାରି ଦେଇଥିଲେ।

KIITUniversity ରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଛନ୍ତି।

ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଶତାଧିକ ନେପାଳୀ ଛାତ୍ରୀଛାତ୍ର ରବିବାର ରାତିରୁ ଆନ୍ଦୋଳନ କରିବା ସହ ସୋମବାର ସକାଳୁ ମଧ୍ୟ ବିଶ୍ୱବିଦ୍ୟାଳୟ ସାମ୍ନା ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ।

ସେପଟେ ଏହି ଘଟଣାରେ ପୁରୁଷବନ୍ଧୁ ବି.ଟେକ୍‌ ତୃତୀୟ ବର୍ଷ (ମେକାନିକାଲ)ର ଛାତ୍ର ଆଦଭିକ୍‌ ଶ୍ରୀବାସ୍ତବଙ୍କ ବ୍ଲାକମେଲ୍‌ ସହି ନ ପାରି ପ୍ରକ୍ରିତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାନ୍ତ ସିଗ୍‌ଦେଲ୍‌ କହିଛନ୍ତି। ସିଗ୍‌ଦେଲଙ୍କ ଏତଲା ଆଧାରରେ ଇନ୍‌ଫୋସିଟି ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଦଫା ୧୦୮ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ.୫୪/୨୦୨୫) ରୁଜୁ କରିଛି। ଅଭିଯୁକ୍ତ ଆଦଭିକ୍‌ ରାଜ୍ୟ ବାହାରକୁ ଖସି ପଳାଉଥିବା ବେଳେ ପୋଲିସ ଟିମ୍‌ ତାଙ୍କୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ବିଚାବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଦଭିକ୍‌ଙ୍କ ଘର ଲକ୍ଷ୍ନୌରେ ହୋଇଥିବାବେଳେ ସେ ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ପାଖରୁ ମୋବାଇଲ ଓ ଲାପଟପ୍‌ ଜବତ କରାଯାଇଛି।

ତେବେ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରୀଛାତ୍ର ଓ କିଟ୍‌ କର୍ତ୍ତୃପକ୍ଷ ମୁହାଁମୁହିଁ ପରିସ୍ଥିତିର କେତେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଛାତ୍ରୀଙ୍କୁ ଧମକ ସହ ହଷ୍ଟେଲରୁ ବଳପୂର୍ବକ ତଡୁଥିବା ଦେଖିବାକୁ ମିଳିଛି। ଏଥିସହ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରୁଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି। ସେପଟେ କ୍ୟାମ୍ପସ୍‌ରେ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବା ପାଇଁ ସବୁ ବର୍ଷର ନେପାଳୀ ଛାତ୍ରୀଛାତ୍ରଙ୍କ କ୍ଲାସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ‘ସାଇନ୍‌ ଏ ଡାଏ’ ଘୋଷଣା କରିଥିଲେ। ସେମାନଙ୍କୁ ନିଜ ଘରକୁ ଫେରିଯିବାକୁ କୁହାଯିବା ସହ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ପ୍ରାୟ ଶତାଧିକ ନେପାଳୀ ଛାତ୍ରୀଛାତ୍ରଙ୍କୁ ବସ୍‌ ଯୋଗେ ବଳପୂର୍ବକ କଟକ ରେଳ ଷ୍ଟେଶନରେ ଛାଡ଼ି ଦିଆଯାଇଥିଲା।

ଏହାକୁ ନେଇ ନେପାଳୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଘରକୁ ଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯାଇ ତୁରନ୍ତ ଚାଲିଯିବାକୁ କୁହାଯିବାରୁ ଛାତ୍ରୀଛାତ୍ରମାନେ ଅକଳରେ ପଡ଼ିଥିଲେ। ପୋଲିସ ସୂଚନା ଅନୁଯାୟୀ, ଦୁଇବର୍ଷ ତଳେ ପ୍ରକ୍ରିତି ଓ ଆଦଭିକ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାରି ଭିତରେ ପ୍ରକ୍ରିତିଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଆଦଭିକ୍‌ ମୋବାଇଲରେ ରଖିଥିଲେ। ଫଟୋ ଓ ଭିଡିଓ ଜରିଆରେ ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି କାରଣରୁ ଉଭୟ କିଟ୍‌ ଇଣ୍ଟରନ୍ୟାଶନାଲ ରିଲେଶନ୍‌ ଅଫିସ (ଆଇଆର୍‌ଓ)ର ସାହାଯ୍ୟ ନେଇଥିବାବେଳେ ଦୁଇଥର ଏହି ସମସ୍ୟାର ଆପୋସ ସମାଧାନ ହୋଇଥିଲା। ହେଲେ କିଛିଦିନ ଯିବା ପରେ ଆଦଭିକ୍‌ ପୂର୍ବଭଳି ସମ୍ପର୍କ ରଖିବା ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ପ୍ରକ୍ରିତି ରାଜି ନ ହେବାରୁ ଆଦଭିକ୍‌ ତାଙ୍କୁ ପୁଣି ମାନସିକ ନିର୍ଯାତନା ଦେଇଥିଲେ।

ରବିବାର ସକାଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପ୍ରକ୍ରିତି ଆତ୍ମହତ୍ୟା କରିଥିବା ନେଇ ସହପାଠୀମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କିମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଉଦ୍‌ବେଗ ପ୍ରକାଶ କରିବା ସହ ନେପାଳ ଦୂତାବାସ ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଛାତ୍ରୀ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ତେବେ ଏହାପରେ ସାରେ କିଟ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଛାତ୍ରୀଛାତ୍ରମାନଙ୍କୁ ଫେରିଆସିବାକୁ ଅପିଲ୍‌ କରାଯାଇଛି। ଯେଉଁମାନେ ଯାଇଛନ୍ତି କିମ୍ବା ଯିବାକୁ ବସିଛନ୍ତି, ସେମାନେ ଫେରିବାକୁ କୁହାଯାଇଛି। ତେବେ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିବ ବୋଲି ନୋଟିସ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri