Categories: ଖେଳ

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ମୁମ୍ବାଇ,୨୦।୪: ଓ୍ବେଷ୍ଟଇଣ୍ଡିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଟି-୨୦ କ୍ରିକେଟର୍‌ କିମ୍ବଦନ୍ତୀ କୁହାଯାଉଥିବା ୩୪ ବର୍ଷୀୟ ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ୍‌ ପାଇଁ ୧୨୪ ଦିନିକିଆ ମ୍ୟାଚ୍‌ ଖେଳି ୨୭୦୬ ରନ୍‌ ଏବଂ ୫୫ ଉଇକେଟ୍‌ ନେଇଛନ୍ତି। ସେହିପରି ୧୦୧ ଟି-୨୦ ମ୍ୟାଚ୍‌ ଖେଳି ୧୫୬୯ ରନ୍‌ ଏବଂ ୪୨ ଉଇକେଟ୍‌ ନେଇଛନ୍ତି।

Share