Categories: ଖେଳ

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୭ ବିଶ୍ୱ ଟି-୨୦ ଚାମ୍ପିୟନଶିପ୍‌ରେ ସେ ଷ୍ଟୁଅଟ୍‌ ବ୍ରାଡଙ୍କ ଓଭରରେ ଲଗାତାର ୬ ଛକା ମାରିଥିଲେ। ଏବେ ପୋଲାର୍ଡ ଦ୍ୱିତୀୟ କ୍ରିକେଟର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ପୋଲାର୍ଡ ଅକିଲା ଧନଞ୍ଜୟଙ୍କ ଓଭରରେ ୬ ଛକା ମାରିଥିଲେ।

ଦେଖନ୍ତୁ ଭିଡିଓ:

Share