ଚିକିତ୍ସା ପାଇଁ ଜମିବାଡ଼ି ବିକୁଛନ୍ତି କିଡ୍‌ନୀ ରୋଗୀ

ସୋନପୁର,୧ା୧୨(ନି.ପ୍ର.):ସୁବର୍ଣ୍ଣପୁର ଜିଲାର କିଡ୍‌ନୀ ରୋଗୀଙ୍କ ପାଇଁ ସରକାର ଆଖି ବୁଜି ଦେଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ଡାଏଲିସିସ୍‌ ସେଣ୍ଟର ସ୍ଥାପନ ହୋଇପାରିନି। ଗତ ୫ମାସ ହେଲା ରୋଗୀଙ୍କୁ ମିଳୁଥିବା ସରକାରଙ୍କ ମାଗଣା ଔଷଧ ବନ୍ଦ। ରୋଗୀ ହସ୍ପିଟାଲର ନିରାମୟ କେନ୍ଦ୍ରକୁ ଆସି ଔଷଧ ନ ପାଇ ଫେରୁଛନ୍ତି। ଗରିବ ଶ୍ରେଣୀର ରୋଗୀ ଚିକିତ୍ସା ଓ ଔଷଧ ସୁବିଧା ନ ପାଇ ମୃତ୍ୟୁମୁଖରେ ପଡୁଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଡାକ୍ତରଖାନାରେ ନିରାମୟ ଯୋଜନାରେ ମାଗଣରେ ଔଷଧ ମିଳୁଥିବା ଓ କିଡ୍‌ନୀ ରୋଗୀଙ୍କୁ ମାଗଣାରେ ଡାଏଲିସିିସ୍‌ କରାଯାଉଥିବା କୁହାଯାଉଛି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। କିଡ୍‌ନୀ ରୋଗୀଙ୍କୁ ମାସିକ ୫ ହଜାର ଟଙ୍କା ଖର୍ଚ୍ଚ କରି ଔଷଧ ଖାଇବାକୁ ପଡୁଛି। ବାହାରେ ଡାଏଲିସିସ କରିବା ପାଇଁ ବହୁଳ ଖର୍ଚ୍ଚ ହେଉଥିବାରୁ ରୋଗୀଙ୍କୁ ଜମିବାଡି ବିକ୍ରି କରିବାକୁ ପଡୁଛି। ଏହିଭଳି ଦେଖିବାକୁ ମିଳିଛି ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗଁାରେ। ଗଁାର ବସନ୍ତ ପାଣିଗ୍ରାହୀଙ୍କ ପୁଅ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ(୨୮)କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏଠାରେ ଚିକିତ୍ସା ସୁବିଧା ନଥିବାରୁ ଜମି ବିକ୍ରି କରି ସେହି ଅର୍ଥରେ ବାହାରେ ପୁଅର ଚିକିତ୍ସା କରୁଥିଲେ। ହେଲେ ୨୦୨୧ ମାର୍ଚ୍ଚରେ ପୁଅର ମୃତ୍ୟୁ ହୋଇଯାଇଥିବା ବସନ୍ତ କହିଛନ୍ତି। ସେହିପରି ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଟୁଖମନ ଗଁାର ଅଭିରାମ ପ୍ରଧାନ(୪୫) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ଚିକିତ୍ସା ଖର୍ଚ୍ଚ ପାଇଁ ତାଙ୍କର ୨ଏକର ଜମି ବକ୍ରି କରିଥିବା କହିଛନ୍ତି।
ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡ୍‌ନୀ ରୋଗୀଙ୍କ ପାଇଁ ଡାଏଲିସିସ୍‌ ସେଣ୍ଟର ଖୋଲିଛି। ମାତ୍ର ସୁବର୍ଣ୍ଣପୁରରେ ତାହା ନ ଥିବାରୁ ଅଧିକାଂଶ ରୋଗୀ ନିୟମିତ ଡାଏଲିସିସ୍‌ କରି ପାରୁନାହାନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ରୋଗୀ କଟକ, ବୁର୍ଲା ଓ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଉଛନ୍ତି। ହେଲେ ଗରିବ ରୋଗୀମାନେ ଚିକିତ୍ସା ତଥା ଡାଏଲିସିସ୍‌ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରି କି ବାଧ୍ୟ ହୋଇ ସେମାନେ ସୁନାରୁପା ଗହଣା, ଜମିବାଡ଼ି ବିକ୍ରି କରୁଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ଜିଲାର ସୋନପୁର ବ୍ଲକ ମୟୂରଉଡାନ, ଅର୍ଜୁନପୁର, ପ୍ରତାପପୁର, ରୁଗୁଡିପାଲି, କୀର୍ତ୍ତିପୁର, ବୀରମହାରାଜପୁର ବ୍ଲକର ଘଣ୍ଡପାଲି, କଦଳିପାଲି, କେନ୍‌ଝିରିଆପାଲି, ଅମରପାଲି, ଗୌଡଗାଡ, ବହଲପଦର, ଦାଦରପାଲି ଓ ଉଲୁଣ୍ଡା ବ୍ଲକର ଡାଲଡବା, ଝାରବାହାଲି ଓ ସୁନାପାଲି ଆଦି ଅନେକ ଗ୍ରାମରେ ୪ଶହରୁ ଊର୍ଦ୍ଧ୍ୱ କିଡ୍‌ନୀ ରୋଗୀ ଅଛନ୍ତି। ଅମ୍ଳଯୁକ୍ତ ପାଣି ପିଇବା ଓ ମଧୁମେହ ପାଇଁ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ପାନୀୟ ଜଳର ନମୂନା ପରୀକ୍ଷା ନିୟମିତ ହେଉ ନ ଥିବାରୁ ଏହି ରୋଗ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଉଲୁଣ୍ଡା ବ୍ଲକ ଡାଲଡବା ଗ୍ରାମର ଗରିବ ନାଗ୍‌ କୁହନ୍ତି, ମୁଁ ଜଣେ କିଡ୍‌ନୀ ରୋଗୀ। ଜିଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରରୁ ଔଷଧ ନେଇ ଖାଉଥିଲି। ଗତ ୫ ମାସ ହେଲା ଔଷଧ ଦିଆଯାଉ ନାହିଁ। କେନ୍ଦ୍ରକୁ ଗଲେ କେବଳ ଏସିଡ୍‌ ଔଷଧ ଦିଆଯାଉଛି। ଏଣୁ କିଡ୍‌ନୀ ଔଷଧ ପାଇଁ ଧାରକରଜ କରି ଏବେ ମାସିକ ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇବାକୁ ମୁଁ ସରକାରଙ୍କୁ ଲେଖି କରି ଜଣାଇଛି। କିନ୍ତୁ ଆମ ଦୁଃଖ କେହି ଶୁଣୁନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ଏପିଡୋମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି କୁହନ୍ତି, କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ ସୁବିଧା ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର ଜିଲାକୁ ବୌଦ୍ଧ ଜିଲା ସହିତ ସଂଯୋଗ କରାଯାଇଥିବାରୁ ସମସ୍ୟା ହେଉଛି। ସେହିପରି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଟଉରିନ୍‌ ଔଷଧ ଜିଲାରେ ମହଜୁଦ୍‌ ନାହିଁ। ରାଜ୍ୟ ଔଷଧ ନିଗମ ଏହି ଔଷଧ ପ୍ରଦାନ କଲେ ହିଁ ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri