କିଡ୍‌ନୀ ଠକେଇ ର଼୍ୟାକେଟ୍‌ରୁ ପର୍ଦ୍ଦା ହଟିଲାନି

ଭୁବନେଶ୍ୱର,୨୫।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ବହୁ କୋଟି ଟଙ୍କା ଠକିନେଇଥିବା କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କ ର଼୍ୟାକେଟର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୪ବର୍ଷ ତଳେ ସେ ୩ଜଣ କିଡ୍‌ନୀ ରୋଗୀଙ୍କୁ ଡୋନର ଯୋଗାଇଦେବାରେ ସଫଳ ହୋଇଥିଲେ। ଏଥିପାଇଁ ହିମାଂଶୁ ସମସ୍ତ ସମ୍ମତିପତ୍ର ତଥା ଡିଏମ୍‌ଇଟି ଓ କୋର୍ଟ ଅନୁମତି ମଧ୍ୟ ଆଣିଥିଲେ। ତେବେ କିଡ୍‌ନୀ ଦାତା ଯୋଗାଡ଼ କରିବା ପରେ ସେ ରୋଗୀଙ୍କ ପରିବାର ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ। ଏହାପରେ ତାଙ୍କ ପାଖକୁ କିଡ୍‌ନୀ ପାଇଁ ଲୋକଙ୍କ ଧାଡ଼ି ଲମ୍ବିଲା। ଏହାର ସୁଯୋଗ ଦେଇ ରାତାରାତି କୋଟିପତି ହେବାକୁ ତାଙ୍କ ମୁଣ୍ଡରେ ସଇତାନ ବୁଦ୍ଧି ପଶିଲା। ଆପଣାଇଲେ ଠକେଇର ରାସ୍ତା। ଲୋକଙ୍କୁ କିଡ୍‌ନୀ ଯୋଗାଇଦେବାକୁ କଥାଦେଇ ନକଲି କୋର୍ଟ ପେପର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ। ଏମତିକି ବିଶ୍ୱାସ ଜନ୍ମାଇବାକୁ ସହଯୋଗୀ ସଞ୍ଜୟ ପଲେଇଙ୍କୁ କିଡ୍‌ନୀଦାତା ସଜାଇ ଲୋକଙ୍କ ନିକଟକୁ ନେଉଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ରିମାଣ୍ଡରେ ଆଣି ଜେରା କରିବା ସମୟରେ ହିମାଂଶୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ହେଲେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ଠକିଥିବା ଟଙ୍କା କେଉଁଠି ରଖିଛନ୍ତି, କେଉଁ ଡାକ୍ତରଙ୍କ ସହଯୋଗରେ ଠକେଇ କରୁଥିଲେ ଆଦି ବାବଦରେ ପୋଲିସ ଘଣ୍ଟା ଘଣ୍ଟା ଧରି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ ମଧ୍ୟ କିଛି ନୂଆ ତଥ୍ୟ ପାଇପାରିନି। ହିମାଂଶୁ ପୂର୍ବ ରିମାଣ୍ଡରେ ନୟାପଲ୍ଲୀ ପୋଲିସକୁ ଯାହା କହିଥିଲେ ଲକ୍ଷ୍ମୀସାଗର ପୋଲିସକୁ ସେୟା କହ ଭୁଆଁ ବୁଲାଇଥିବା ଜଣାପଡିଛି। ଫଳରେ ହିମାଂଶୁଙ୍କୁ ୨ଦିନିଆ ରିମାଣ୍ଡରେ ଆଣି ଠକେଇ ର଼୍ୟାକେଟ ଉପରୁ ସମ୍ପୂର୍ଣ୍ଣ ଭାବେ ପରଦା
ହଟାଇ ପାରିନି କମିଶନରେଟ ପୋଲିସ।
ନୟାପଲ୍ଲୀ ପୋଲିସ ହିମାଂଶୁଙ୍କୁ ପ୍ରଥମେ ୩ଦିନିଆ ରିମାଣ୍ଡରେ ଆଣିଥିଲା। ଠକେଇ ଟଙ୍କା ଲାଗିଥିବା ଇଣ୍ଟେରିଅର ଶୋ’ରୁମ୍‌ ଠାବ କରି ପୋଲିସ ତାହାକୁ ସିଜ୍‌ କରିବା ସହ ହିମାଂଶୁ ବ୍ୟବହାର କରୁଥିବା କମ୍ପ୍ୟୁଟରର ହାର୍ଡଡିସ୍କ, କାର ଓ କିଛି ଏଟିଏମ୍‌ କାର୍ଡ ଜବତ କରିଥିଲା। କିଡ୍‌ନୀ ର଼୍ୟାକେଟ୍‌ରେ ତାଙ୍କ ସହ କେତେଜଣ ଡାକ୍ତରଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ପୁଣି ରିମାଣ୍ଡରେ
ଆଣିଥିଲେ ମଧ୍ୟ କିଛି ସୁଫଳ ମିଳିନି।
ସୂଚନାଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରୀ କରୁଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ କିଡ୍‌ନୀ ଦେବାକୁ କହି ଟଙ୍କା ଠକିଥିଲେ। କେବଳ ଭୁବନେଶ୍ୱରର ୪ ଥାନାରେ ତାଙ୍କ ନାଁରେ ୩୫ଲକ୍ଷରୁ
ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri