ଗାଁରେ ହସ ଲିଭାଇଛି କିଡ୍‌ନୀ ରୋଗ

ଫୁଲବାଣୀ ଅଫିସ, ୨୬।୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ପୁରୁଷ ା ଆଶା ଆଶଙ୍କାରେ ପ୍ରତି ମୁହୂର୍ତ୍ତ କଟୁଛି। ରାଣୀପଥର ଗାଁର ନୂଆସାହି, ବଙ୍ଗଳା ସାହି, ରୁଗୁଡିସାହି, ଖାନ୍ଦିକୁଟି ସାହିରେ ୧୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଗତ କିଛି ବର୍ଷ ହେଲା ଏସବୁ ଗାଁରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ା କେଉଁ କାରଣରୁ ଏହା ହେଉଛି ତାହା ଜଣାପଡ଼ୁନି। ପ୍ରଶାସନ ପକ୍ଷରୁ କୌଣସି ଡାକ୍ତରୀ ଟିମ୍‌ ବି ଯାଇ ଏହାର କାରଣ ଖୋଜିନାହାନ୍ତି। ଯଦି ପରିବାରରେ କାହାକୁ ଜ୍ୱର ହେଲା, ଅଜଣା ଆତଙ୍କରେ ରହୁଛନ୍ତି ା
ବର୍ତ୍ତମାନ ସୁଦ୍ଧା ରାଣୀପଥର ଗାଁରେ ୬ ଜଣରୁ ଊର୍ଦ୍ଧ୍ୱ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି। ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଅଛନ୍ତି। କେବଳ ବଙ୍ଗଳା ସାହିରେ ବର୍ତ୍ତମାନ ୬ ଜଣ ଆକ୍ରାନ୍ତ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବଙ୍ଗଳା ସାହିର ଚମ୍ପେଶ୍ୱର ବେହେରା ପୂର୍ବରୁ ଗାଁରେ ଏକ ଦେକାନ କରି ପରିବାର ଚଳାଉଥିଲେ। ୭ବର୍ଷ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା ା ସେ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲୋ ଜ୍ୱର ନ ଛାଡିବାରୁ ସମ୍ବଲପୁର ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ ା ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ସେଠାରେ ପଡ଼ିଥିଲା। ଔଷଧ ଖାଇବା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। କୋଭିଡ୍‌ ସମୟରେ ଚମ୍ପେଶ୍ୱର ଔଷଧ କିଣି ନ ପାରିବାରୁ ଧୀରେ ଧୀରେ ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା ା ଏବେ ସପ୍ତାହକୁ ୩ଥର ତାଙ୍କୁ ଡାଇଲିସିସ ହେବାକୁ ପଡୁଛି ା ସେପଟେ ଅର୍ଥ ନ ଥିବାରୁ ମେଡିକାଲ ଯିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ସାହିର ବିଜୁ ବେହେରା ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ା ସ୍ତ୍ରୀ ମୂଲ ଲାଗି ଟଙ୍କା ଆଣିଲେ ପରିବାର ପ୍ରତିପୋଷଣ ହେଉଛି ା ଅନ୍ୟ ଜଣେ ହେଲେ ଟୁକୁନା ବେହେରା ା ଗତ ୭ ମାସ ହେଲା ସେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ା ଅଟୋ ଚଳାଇ ପରିବାର ଚଳାଉଥିଲେ ା ଏବେ ଆଉ ଗାଡି ଚଲାଇ ପାରୁନାହାନ୍ତି ା ସେହିପରି ପ୍ରମୋଦ କୁମାର ବେହେରା ମାସେ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ହିମୋଗ୍ଲୋବିନ ମଧ୍ୟ କମିଯାଉଛି । ବ୍ଲଡ ଗ୍ରୁପ ବି-ନେଗେଟିଭ ହୋଇଥିବାରୁ ରକ୍ତ ସବୁ ବେଳେ ମିଳିପାରୁନି ା ତାଙ୍କୁ ଆଇରନ ଇଞ୍ଜେକସନ ଦେବାକୁ ପଡୁଛି। ତେବେ ଇଞ୍ଜେକସନର ମୂଲ୍ୟ ଚାରି ହଜାର ଟଙ୍କାରୁ ଅଧିକ ହୋଇଥିବାରୁ ତାଙ୍କ ପକ୍ଷେ ଏହା ସମ୍ଭବ ହୋଇ ପାରୁନି। ଏଭଳି ଆହୁରି ବଙ୍ଗଳା ସାହିର ବରୁଣ କହଁର, ଇନ୍ଦ୍ରଜିତ ଦୀପ, ନୂଆସାହିର ସୁକାନ୍ତ ବେହେରା, ସ୍ବାମୀ ଦାମୋଦର ବେହେରା, ଗୋକୂଳ ବେହେରୋ, ଖାନ୍ଦିକୁଟିର ରତ୍ନ ବେହେରାଙ୍କ ଅବସ୍ଥା ମଧ୍ୟ ଅନୁରୁପ ା
ରାଣୀପଥର ଗାଁରେ ଥିବା ନଳକୂପର ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ପାଣି ଯୋଗୁ ଏପରି ହେଉଥିବା ଆକ୍ରାନ୍ତମାନେ ଅନୁମାନ କରିଛନ୍ତି। ସେମାନେ ଏ ନେଇ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନାହିଁ ା ଏକ ଡାକ୍ତରୀ ଦଳ ସେଠାକୁ ଯାଇ ପାଣି ପରୀକ୍ଷା କରିବା ସହ କେଉଁ କାରଣରୁ ଏହି ରୋଗ ବ୍ୟାପୁଛି ତାହା ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ନାହିଁ। ଗ୍ରାମକୁ ଏକ ଡାକ୍ତରୀ ଟିମ୍‌ ପଠାଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri