ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି। ରାସ୍ତାରେ ଚାଲିଛି ମଦୁଆ, ଲୁଟେରା, ଅସାମାଜିକଙ୍କ ରାଜ୍‌। କମିଶନରେଟ୍‌ ପୋଲିସ ଶୋଇଯାଉଥିବାରୁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଶନିବାର ରାତିରେ ସୁନ୍ଦରପଦାରୁ ଖାଦ୍ୟ ଅର୍ଡର ଦେଇ ବାଇକ୍‌ରେ ଫେରୁଥିବା ଜଣେ ଡେଲିଭରି ବୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ସ୍ଥାନୀୟ ନୂଆଗାଁରେ ରହୁଥିବା ପତିତପାବନ ପୃଷ୍ଟି। ଲିଙ୍ଗିପୁର ନଦୀବନ୍ଧରୁ ତାଙ୍କ ଚପଲ, ଖାଦ୍ୟ ଯୋଗାଣକାରୀ ସଂସ୍ଥାର ବ୍ୟାଗ୍‌, ଟି-ଶାର୍ଟ, ଖାଲି ପର୍ସ ଓ ନିକଟରେ ପୋତାଯାଇଥିବା ଏକ ଛୁରି ମିଳିଛି। ଦୁର୍ବୃତ୍ତମାନେ ପତିତପାବନଙ୍କୁ ଛୁରିରେ ଭୁସିବା ସହ ବହୁ ନିର୍ଯାତନା ଦେଇ ତାଙ୍କଠାରୁ ଟଙ୍କା, ବାଇକ୍‌ ଓ ମୋବାଇଲ ଫୋନ୍‌ ଲୁଟ୍‌ କରିଥିବା ଜଣାପଡିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକେ କହିବା ସହ ଅପହରଣବେଳେ ପତିତପାବନ ତାଙ୍କ ସ୍ତ୍ରୀଙ୍କ ପାଖକୁ କରିଥିବା ଫୋନ୍‌ ଓ ପଠାଇଥିବା ଭଏସ୍‌ ମେସେଜକୁ ପୋଲିସକୁ ଦେଇଛନ୍ତି। ତେବେ ଅପହରଣକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପତିତପାବନଙ୍କ ସନ୍ଧାନ ମିଳିପାରି ନାହିଁ। ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ଆଇପିସି ଦଫା ୩୬୪ରେ ଏକ ମାମଲା (ନଂ.୧୩୮/୨୧) ରୁଜୁ ହୋଇଛି। ପତିତପାବନଙ୍କୁ ଖୋଜାଖୋଜି କରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ସନ୍ଧାନ ମିଳିଯିବ ବୋଲି ସେ କହିଛନ୍ତି।
ପତିତପାବନଙ୍କ ଘର ପୁରୀ ଜିଲା ବଳଙ୍ଗା ଥାନା ମଉଜବେଗ୍‌ ଗ୍ରାମରେ। ସେ ତାଙ୍କ ସ୍ତ୍ରୀ ଓ ବଡ଼ ଭାଇଙ୍କ ସହ ନୂଆଗାଁରେ ଘରଭଡା ନେଇ ରହୁଥିଲେ। ତାଙ୍କର ଏକ ଗ୍ୟାରେଜ ରହିଛି। ବ୍ୟବସାୟ ଭଲ ନ ହେବାରୁ ସେ କିଛିଦିନ ହେବ ଏକ ଖାଦ୍ୟ ଡେଲିଭରି ସଂସ୍ଥାରେ କାମ କରୁଥିଲେ। ଶନିବାର ସା ପ୍ରାୟ ୬ଟାରେ ଖାଦ୍ୟ ଅର୍ଡର ପାଇଁ ଯିବା ସହ ଗ୍ୟାରେଜ ପାଇଁ କିଛି ଉପକରଣ କିଣିବାକୁ କହି ସାଙ୍ଗରେ ୩୦ ହଜାର ଟଙ୍କା ନେଇ ଘରୁ ବାହାରିଥିଲେ। ତେବେ ରାତି ପ୍ରାୟ ୯ଟା ୪୫ରେ ସେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ୍‌ କରି କହିଥିଲେ, ସୁନ୍ଦରପଦା ଓ ସାମନ୍ତରାପୁର ମଝି କପିଳେଶ୍ୱର କେନାଲ ବନ୍ଧରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିବାରୁ ମୁଁ ଯାଇପାରୁନି। ପଛପଟେ ମଦୁଆ ୪ରୁ ୫ଜଣ ଅଛନ୍ତି। ପାଖରେ ଟଙ୍କା ଥିବାରୁ ଭୟ ଲାଗୁଥିବା କହିଥିଲେ। ଏହା ଶୁଣି ଅହଲ୍ୟା ତାଙ୍କୁ ସେଠାରେ ବାଇକ୍‌ ଥୋଇ ଅନ୍ୟ କୌଣସି ଗାଡିରେ ଆସିବା ପାଇଁ କହିଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ବଡଭାଇ ପୁରୁଷୋତ୍ତମ ପୃଷ୍ଟି, ସ୍ତ୍ରୀ ଓ ଘର ମାଲିକଙ୍କ ସମେତ କେତେଜଣ ସମ୍ପର୍କୀୟ ପତିତପାବନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ତାଙ୍କୁ ନ ପାଇବାରୁ ଶେଷରେ ରାତି ପ୍ରାୟ ୨ଟାରେ ସେମାନେ ଧଉଳି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଫୋନ୍‌ କରିଥିବା ସ୍ଥାନ ଅଲଗା ହୋଇଥିବାରୁ ପୋଲିସ ସକାଳୁ ପତିତପାବନଙ୍କ ପରିବାର ଲୋକଙ୍କୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବାକୁ କହିଥିଲା। ଲିଙ୍ଗରାଜ ପୋଲିସ ସେମାନଙ୍କୁ ପୁଣି ଧଉଳି ଥାନାକୁ ପଠାଇଦେଇଥିଲା। ପରେ ଧଉଳି ପୋଲିସ ଅଭିଯୋଗ ଗ୍ରହଣ କରିଥିଲା। ସକାଳ ପ୍ରାୟ ୮ଟାରେ ଲିଙ୍ଗିପୁର ବନ୍ଧ ନିକଟରେ ପୋଲିସ ଓ ପତିତପାବନଙ୍କ ପରିବାର ଲୋକେ ଖୋଜାଖୋଜିବେଳେ ଛୁରି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

ସ୍ତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ପଠାଇଥିଲେ ଭଏସ୍‌ ମେସେଜ୍‌

ପତିତପାବନଙ୍କ କଲ୍‌ କଟିଯିବାର ଠିକ୍‌ ୩୦ ମିନିଟ ପରେ ଅର୍ଥାତ ରାତି ୧୦ଟା ୧୫ରେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ହ୍ବାଟ୍ସଆପ୍‌ରେ ଏକ ଭଏସ୍‌ ମେସେଜ୍‌ ପଠାଇବା ସହ ସେ ଥିବା ସ୍ଥାନର ଲାଇଭ୍‌ ଲୋକେଶନ ଶେୟାର କରିଥିଲେ। ଭଏସ୍‌ ମେସେଜ୍‌ରେ ପତିତପାବନ ବାଷ୍ପରୁଦ୍ଧ କଣ୍ଠରେ କହୁଥିବା ଶୁଣିବାକୁ ମିଳିଛି। ସେ କହିଥିଲେ, ଧନ ଭାଇକି କହ ଏଇଠିକି ଆସିବ। ମୋତେ କିଛି ଲୋକ ଛୁରି ଭୁସି ଦେଇଛନ୍ତି ଉତ୍ତରାଠି। ଟେକି ନେଇଯାଇଛନ୍ତି ଡାଲା ଅଟୋରେ। ମୁଁ ଉତ୍ତରା ନୂଆଗାଁ ବ୍ରିଜ୍‌ ପଟେ ଅଛି। ମରିବି କି ବଞ୍ଚିବି ଜାଣିନି, ଭାଇକୁ କହ ଏଇ ଲୋକେଶନକୁ ଆସିବ। ମୁଁ ଅଟୋରେ ଶୋଇଛି। ମୋ ଗାଡ଼ି, ଫୋନ୍‌, ପଇସା ସବୁ ନେଇଗଲେ। ପ୍ୟାଣ୍ଟ୍‌ ଶାର୍ଟ ଚିରିକି ରାସ୍ତାରେ ପକାଇ ଦେଇଛନ୍ତି ବୋଲି ଉକ୍ତ ଭଏସ୍‌ ମେସେଜ୍‌ରେ ପତିତପାବନ ଅତି ଭୟଭୀତ ଅବସ୍ଥାରେ କହିଛନ୍ତି।

ମିଛ ବୋଲି ଭାବି ସହଯୋଗ କଲେନି ୨ ଥାନାର ପୋଲିସ

ରାତି ପ୍ରାୟ ୧୦ଟା ପରେ ପତିତପାବନଙ୍କୁ ଖୋଜିବା ପାଇଁ ବଡ଼ଭାଇ ପୁରୁଷୋତ୍ତମ ପୃଷ୍ଟି ଓ ତାଙ୍କ ସମ୍ପର୍କୀୟ ବାହାରିଥିଲେ। ମାଉସୀମା ଛକ ପାଖରେ ଲିଙ୍ଗରାଜ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ରହିଥିଲା। ପୁରୁଷୋତ୍ତମ ସେଠାରେ ପହଞ୍ଚତ୍ ପିସିଆର୍‌ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ହେଲେ ସେମାନେ ମିଛ ବୋଲି କହିବା ସହ ମୁହଁ ମୋଡି ଦେଇଥିଲେ। ସେହିଭଳି ଉତ୍ତରା ଛକରେ ଧଉଳି ଥାନାର ଏକ ପିସିଆର୍‌କୁ ଭେଟିବା ସହ ଖୋଜିବାକୁ ସାହାଯ୍ୟ ମାଗିଥିଲେ। ହେଲେ ସେମାନେ ବି ଏହି ଘଟଣାକୁ ଅତି ହାଲୁକାରେ ନେବା ସହ ସେଠାରୁ ପଳାଇଯାଇଥିଲେ ବୋଲି ପୁରୁଷୋତ୍ତମ କହିଛନ୍ତି।

‘ପୋଲିସ ଗୁରୁତ୍ୱର ସହ ନେଇଥିଲେ ସ୍ବାମୀ ମିଳିପାରିଥାନ୍ତେ’

ପତିତପାବନଙ୍କ ସ୍ତ୍ରୀ ଅହଲ୍ୟା ପୃଷ୍ଟି କହିଛନ୍ତି, ରାଜଧାନୀ ସାରା ଖୋଜାଖୋଜି କରି ପତିତପାବନଙ୍କୁ ନ ପାଇବାରୁ ରାତି ପ୍ରାୟ ୨ଟାରେ ଧଉଳି ଥାନାରେ ଅଭିଯୋଗ କରିଥିଲୁ। ହେଲେ ପୋଲିସ କେବଳ ଉତ୍ତରା ଅଞ୍ଚଳରେ ମାତ୍ର କିଛିସମୟ ଖୋଜାଖୋଜି କରି ଫେରି ଆସିଥିଲା। ଯଦି ସେହି ସମୟରେ ଏହି ଘଟଣାକୁ ପୋଲିସ ଅତି ଗୁରୁତ୍ୱର ସହ ନେଇ ଖୋଜାଖୋଜି କରିଥାନ୍ତା, ହୁଏତ ତାଙ୍କ ସ୍ବାମୀ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର ହୋଇ ପାରିଥାନ୍ତେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri