ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ

ସମ୍ବଲପୁର,୧୦ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ଥାନା ଅଧୀନ ବାଇପାସ୍‌ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ କେତେକ ଅଚିହ୍ନା ଯୁବକ ଉଠାଇ ନେଇଛନ୍ତି। ଏହି ବ୍ୟବସାୟୀ ଜଣକ ହେଲେ ଅଇଁଠାପାଲି ଥାନା ନୂଆପଡାର ନରେଶ ଅଗ୍ରୱାଲ (୬୩)। ତେବେ କେଉଁ କାରଣରୁ ତାଙ୍କୁ ସମ୍ପୃକ୍ତ ଯୁବକମାନେ ଉଠାଇ ନେଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ମୁଣ୍ଡ ଜାମିନ ରଖି ଟଙ୍କା ଆଦାୟ ନଚେତ୍‌ ଜମି ବିବାଦକୁ ନେଇ ତାଙ୍କୁ ସେମାନେ ଉଠାଇ ନେଇଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ଘଟଣା ସ୍ଥଳରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ୫ଟି ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଜିଲା ବାହାରକୁ ମଧ୍ୟ ପୋଲିସ ଟିମ୍‌ ଯାଇ ରାସ୍ତା ପାର୍ଶ୍ୱର ସିସି ଟିଭି ଯାଞ୍ଚ କରୁଛି। ନରେଶଙ୍କ ପୁଅ ଦୀପକ ଅଗ୍ରୱାଲଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଶାସନ ନିକଟରେ ଏକ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ୨ ବର୍ଷ ତଳେ ନରେଶ ଜମି କିଣିଛନ୍ତି। ସେଠାରେ ମାର୍ଚ୍ଚ ମାସରୁ ନିର୍ମାଣ କାମ ଚାଲିଛି। ଏହି ଜମିକୁ ନେଇ କୁଆଡେ ବିବାଦ ରହିଛି। ଶୁକ୍ରବାର ନରେଶ କାମ ଦେଖିବାକୁ କାର (ଓଡି -୧୫ -କେ- ୬୭୮୯)ରେ ଯାଇଥିଲେ। ୧୨ଟାରେ ମଧ୍ୟାହ୍ନ ଭୋଜନ ଖାଇ ଶ୍ରମିକମାନେ ବିଶ୍ରାମ ନେଇଥିଲେ । କାର ଡ୍ରାଇଭର ମଧ୍ୟ ନରେଶଙ୍କଠାରୁ ଦୂରରେ ଛିଡା ହୋଇଥିଲେ। ଏହି ସମୟରେ କେତେକ ଯୁବକ ଏକ କାରରେ ଆସି ପହଞ୍ଚତ୍ଥିଲେ। ନରେଶଙ୍କ କାରର ଆଗପଟର ଏକ ଚକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଚକ ଫାଟିବା ଶବ୍ଦ ଶୁଣି କିଛି ଦୂରରେ ଥିବା ନରେଶ କାର ପାଖକୁ ଆସିଥିଲେ। ତାଙ୍କ ସାଙ୍ଗରେ ୨ ଜଣ ମହିଳା ଶ୍ରମିକ ମଧ୍ୟ ଧାଇଁ ଆସିଥିଲେ। ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ନରେଶଙ୍କୁ କାରରେ ବସାଇ ଝାରସୁଗୁଡା ପଟକୁ ନେଇ ଚାଲି ଯାଇଥିଲେ। ନରେଶଙ୍କ କାର ଡ୍ରାଇଭର ତାଙ୍କ ପରିବାର ବର୍ଗଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ପୁଅ ଦୀପକଙ୍କ କହିବା ଅନୁସାରେ ତାଙ୍କ ପରିବାରର କାହା ସହିତ ଶତ୍ରୁତା ନାହିଁ। ଜମି ବିବାଦ ହୋଇଥିଲେ କାମ ଆରମ୍ଭରୁ ଅଶାନ୍ତି ଲାଗିଥାନ୍ତା। ଏଣୁ କିଛି ବୁଝି ହେଉନି କ’ଣ ପାଇଁ ବାପାଙ୍କୁ ସେମାନେ ଉଠାଇ ନେଇଛନ୍ତି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ଅପହରଣ ମାମଲା ରୁଜୁ ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri