୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍‌ ନଂ ୧୬୬’ର କାହାଣୀ

ବମ୍ବେ,୯।୮: କେସ୍‌ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ କେସ୍‌ରେ ତାହା କରିପାରି ନ ଥିଲେ। ୨୦୧୩ରେ ଉକ୍ତ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ସେ ୨୦୨୨ରେ ନିଜ ଘରକୁ ଫେରିଛନ୍ତି। ହେଲେ ଏହା ପଛର କାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ।

ବମ୍ବେର ଅନ୍ଧେରୀ ଓ୍ବେଷ୍ଟ ଅଞ୍ଚଳରେ ରହୁଥିବା ସନ୍ତୋଷ ଗୌଡ଼ଙ୍କ ୭ ବର୍ଷୀୟ ଝିଅ ପୂଜା ଭାଇ ସହ ସ୍କୁଲକୁ ଯାଉଥିଲେ। ବାଟରେ ଆଇସ୍‌କ୍ରିମ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ସେ ଭାଇଠାରୁ ଦୂରରେ ଚାଲିଥିଲେ। ଏହାର ଫାଇଦା ଉଠାଇ ଏକ ଦମ୍ପତି ତାଙ୍କୁ ଆଇସକ୍ରିମ ଦେବା ବାହାନାରେ ଅପହରଣ କରିନେଇଥିଲେ। ଉକ୍ତ ଦମ୍ପତିଙ୍କର ସନ୍ତାନ ନ ଥିବାରୁ ସେ ପୂଜାଙ୍କୁ ପାଳିତ କନ୍ୟା କରିବାକୁ ଇଚ୍ଛା ରଖିଥିଲେ। ହେଲେ ଧିରେ ଧିରେ ପୂଜାଙ୍କ ସହ ଉକ୍ତ ଦମ୍ପତି ଚାକରାଣି ଭଳି ବ୍ୟବହାର କରିଥିଲେ। ତାଙ୍କ ଦ୍ୱାରା ଘରର ସମସ୍ତ କାମ କରିଥିଲେ। ମାର୍‌ପିଟ୍‌ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଦମ୍ପତିଙ୍କର ନିଜର ସନ୍ତାନ ଜନ୍ମ ନେଇଥିଲା। ଏହାପରେ ପୂଜାଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଥିଲା। ସେମାନେ ତାଙ୍କୁ ଅନ୍ୟ ଘରେ କାମ କରିବାକୁ ଛାଡ଼ିଥିଲେ।

ଅପରପକ୍ଷେ ପୂଜାଙ୍କୁ ଖୋଜିବାକୁ ଅନେକ ଲୋକ ଚେଷ୍ଟା ଜାରି ରଖିଥିଲେ। କିଛି ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀଙ୍କ ସାଙ୍ଗକୁ ଉକ୍ତ ପୋଲିସ ଅଫିସର ଏଥିରେ ସାମିଲ ଥିଲେ। ୨୦୧୩ରେ ମୁମ୍ବାଇର ଡିଏନ୍‌ ନଗର ଥାନାରେ ଅପହରଣ ମାମଲା ରୁଜୁ ହୋଇଥିଲା। ସେତେବେଳେ ଏହାର ତଦନ୍ତ ଭାର ସବ୍‌ ଇନ୍ସପେକ୍ଟର ରାଜେନ୍ଦ୍ର ଭୌସଲେଙ୍କୁ ଦିଆଯାଇଥିଲା। ସେ କିନ୍ତୁ ପୂଜାଙ୍କୁ ଖୋଜିବାରେ ସଫଳ ହୋଇପାରି ନ ଥିଲେ। ପରେ ସେ ଅବସର ନେଇଥିଲେ। ହେଲେ ପକେଟରେ ପୂଜାଙ୍କ ଫଟୋକୁ ସର୍ବଦା ରଖି ଆସୁଥିଲେ।
୯ ବର୍ଷ ପରେ ପୂଜା ଅପହରଣ କରିଥିବା ଦମ୍ପତିଙ୍କ ସହ ଅନ୍ଧେରୀ ଅଞ୍ଚଳରେ ରହିବାକୁ ଆସିଥିଲେ। ସେ ସେଠାରେ କିଛି ଘରେ କାମ କରୁଥିଲେ। ଏହି ସମୟରେ ସେ ଜଣଙ୍କ ଘରେ ପିଲାକୁ ସମ୍ଭାଳିବା ଦାୟିତ୍ୱ ତୁଲାଉଥିଲେ। ସେଠାରେ ତାଙ୍କ ଭେଟ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା। ସେ ତାଙ୍କୁ ନିଜ ଜୀବନକାହାଣୀ କହିଥିଲେ। ଏହାଶୁଣି ଉକ୍ତ ଯୁବତୀ ପୂଜାଙ୍କ ଘରଲୋକଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ। ଗୁଗଲ୍‌ରେ ସର୍ଚ୍ଚ କରିବା ସରେ ସେ ପୂଜାଙ୍କ ବିଷୟରେ ଅନେକ କିଛି ଜାଣିବାକୁ ପାଇଥିଲେ। କାରଣ ବହୁତ କିଛି ଅପ୍‌ଲୋଡ କରାଯାଇଥିଲା। ଏହିଭଳି ଭାବେ ପୂଜା ପ୍ରଥମେ ଜଣେ ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଯୋଗାଯୋଗ କରିଥିଲେ। ସେଠାରୁ ଖବର ପାଇ ପୋଲିସ ସହ ଯୋଗାଯୋଗ କରାଯାଇଥିଲା। ଶେଷରେ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂଜା ନିଜ ପରିବାରକୁ ଭେଟି ବେଶ ଖୁସି ହୋଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri