ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ କରି ଲୁଟ୍‌

ଭୁବନେଶ୍ୱର,୧୩୯(ସତ୍ୟଜିତ୍‌ ରାଉତ): ଦମ୍ପତିଙ୍କ ସହ ୨ ସହଯୋଗୀ ମିଶି ରଚିଥିଲେ ଆପରାଧିକ ଷଡ଼ଯନ୍ତ୍ର। ଜଣେ ଡାକ୍ତରଙ୍କୁ ଚିକିତ୍ସା ଆଳରେ ଘରକୁ ଡାକି ମାଡ଼ ମାରିବା ସହ ଗୃହବନ୍ଦୀ କରି ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ଲକ୍ଷେ ଟଙ୍କା ସହ ୯ଲକ୍ଷ ଟଙ୍କାର ଚେକ୍‌ ପାଇବା ପରେ ଅଭିଯୁକ୍ତମାନେ ଡାକ୍ତରଙ୍କୁ ତାଙ୍କ ଘରେ ଛାଡ଼ିଥିଲେ। ଏହି ଅପହରଣ ମାମଲାରେ ମଙ୍ଗଳବାର ତମାଣ୍ଡୋ ଥାନା ପୋଲିସ ଉକ୍ତ ଦମ୍ପତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ରହୁଥିବା ଇରାନୀ ପାତ୍ର (୨୭), ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି (୩୩), ସିଜିପୁଟ ଗ୍ରାମର ସହଯୋଗୀ ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ଅଭିଯୁକ୍ତଙ୍କଠାରୁ ୩୦ ହଜାର ଟଙ୍କା, ଅପରାଧରେ ବ୍ୟବହୃତ ଛୁରି, ୨ଟି ମୋବାଇଲ ଓ ୯ ଲକ୍ଷ ଟଙ୍କାର ଚେକ୍‌କୁ ଜବତ କରିଛି ପୋଲିସ। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଡାକ୍ତର ଜଣକ ଯାଜପୁର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବାବେଳେ ଅଭିଯୁକ୍ତ ତଥା ସ୍ଥାନୀୟ ଅଞ୍ଚଳର ଇରାନୀଙ୍କ ସହ ପରିଚୟ ହୋଇଥିଲା। ପରେ ଡାକ୍ତର ଜଣକ ଭୁବନେଶ୍ୱର ଟ୍ରାନ୍ସଫର୍‌ ହୋଇ ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଏପଟେ ଭୁବନେଶ୍ୱରରେ ରହୁଥିବା ଇରାନୀ ଓ ତାଙ୍କ ସ୍ବାମୀ ବାପି ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ତାଙ୍କଠାରୁ ବିପୁଳ ଟଙ୍କା ଲୁଟିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେପ୍ଟେମ୍ବର ୮ ରାତିରେ ଡାକ୍ତରଙ୍କୁ ଇରାନି ଚିକିତ୍ସା ପାଇଁ ଘରକୁ ଡାକିଥିଲେ। ସେ ନିଜ କାର୍‌ ଯୋଗେ ଇରାନିଙ୍କ ଘରକୁ ଆସିବା ପରେ ପୂର୍ବପ୍ରସ୍ତୁତି ଅନୁଯାୟୀ ଅଭିଯୁକ୍ତମାନେ ତାଙ୍କୁ ଗୃହବନ୍ଦୀ କରି କାର୍‌ ଚାବି, ସୁନା ବ୍ରେସ୍‌ଲେଟ୍‌ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ। ଏହାପରେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଛୁରି ଦେଖାଇ ଭୟଭୀତ କରି ୨୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ମିଛ ମାମଲା କରିଦେବାକୁ ଇରାନି ଧମକ ଦେବାରୁ ଡାକ୍ତର ଜଣକ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏହାପରେ ବଳପୂର୍ବକ ଡାକ୍ତରଙ୍କ ଫୋନ୍‌ପେ’ରୁ ଅଭିଯୁକ୍ତମାନେ ୧ଲକ୍ଷ ଟଙ୍କା ନେଇଯାଇଥିଲେ। ପରେ ଅଭିଯୁକ୍ତମାନେ ଡାକ୍ତରଙ୍କ କାର୍‌ରେ ତାଙ୍କ ଘରକୁ ଯାଇ ୯ଲକ୍ଷ ଟଙ୍କାର ଚେକ୍‌ ଧରି ନିଜ ଘରକୁ ପଳାଇଥିଲେ। ଦୁଇଦିନ ପରେ ଡାକ୍ତର ଜଣଙ୍କ ଥାନାରେ ଏତଲା ଦେଇଥିଲେ। ପୋଲିସ ଆଇପିସି ଦଫା ୩୪୨, ୩୬୫, ୩୮୫, ୩୮୬, ୩୮୭ ଓ ୩୮୯ରେ ଏକ ମାମଲା (ନଂ.୨୩୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଗିରିଜାଙ୍କ ନାଁରେ ଜଙ୍କିଆ ଥାନାରେ ଏକ ହତ୍ୟା ମାମଲା ରହିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଆପରାଧିକ ଇତିହାସ ବିଷୟରେ ପୋଲିସ ଅଧିକ ଖୋଳତାଡ଼ କରୁଛି। ଏହି ଗ୍ୟାଙ୍ଗ ପୂର୍ବରୁ ଏଭଳି ଦୁଇଜଣଙ୍କଠରୁ ଟଙ୍କା ଲୁଟିଥିବାବେଳେ ଏନେଇ ଥାନାରେ ରିପୋର୍ଟ ହୋଇ ନ ଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri