ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ କରି ଲୁଟ୍‌

ଭୁବନେଶ୍ୱର,୧୩୯(ସତ୍ୟଜିତ୍‌ ରାଉତ): ଦମ୍ପତିଙ୍କ ସହ ୨ ସହଯୋଗୀ ମିଶି ରଚିଥିଲେ ଆପରାଧିକ ଷଡ଼ଯନ୍ତ୍ର। ଜଣେ ଡାକ୍ତରଙ୍କୁ ଚିକିତ୍ସା ଆଳରେ ଘରକୁ ଡାକି ମାଡ଼ ମାରିବା ସହ ଗୃହବନ୍ଦୀ କରି ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ଲକ୍ଷେ ଟଙ୍କା ସହ ୯ଲକ୍ଷ ଟଙ୍କାର ଚେକ୍‌ ପାଇବା ପରେ ଅଭିଯୁକ୍ତମାନେ ଡାକ୍ତରଙ୍କୁ ତାଙ୍କ ଘରେ ଛାଡ଼ିଥିଲେ। ଏହି ଅପହରଣ ମାମଲାରେ ମଙ୍ଗଳବାର ତମାଣ୍ଡୋ ଥାନା ପୋଲିସ ଉକ୍ତ ଦମ୍ପତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ରହୁଥିବା ଇରାନୀ ପାତ୍ର (୨୭), ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପି (୩୩), ସିଜିପୁଟ ଗ୍ରାମର ସହଯୋଗୀ ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ଅଭିଯୁକ୍ତଙ୍କଠାରୁ ୩୦ ହଜାର ଟଙ୍କା, ଅପରାଧରେ ବ୍ୟବହୃତ ଛୁରି, ୨ଟି ମୋବାଇଲ ଓ ୯ ଲକ୍ଷ ଟଙ୍କାର ଚେକ୍‌କୁ ଜବତ କରିଛି ପୋଲିସ। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଡାକ୍ତର ଜଣକ ଯାଜପୁର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବାବେଳେ ଅଭିଯୁକ୍ତ ତଥା ସ୍ଥାନୀୟ ଅଞ୍ଚଳର ଇରାନୀଙ୍କ ସହ ପରିଚୟ ହୋଇଥିଲା। ପରେ ଡାକ୍ତର ଜଣକ ଭୁବନେଶ୍ୱର ଟ୍ରାନ୍ସଫର୍‌ ହୋଇ ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଏପଟେ ଭୁବନେଶ୍ୱରରେ ରହୁଥିବା ଇରାନୀ ଓ ତାଙ୍କ ସ୍ବାମୀ ବାପି ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ତାଙ୍କଠାରୁ ବିପୁଳ ଟଙ୍କା ଲୁଟିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେପ୍ଟେମ୍ବର ୮ ରାତିରେ ଡାକ୍ତରଙ୍କୁ ଇରାନି ଚିକିତ୍ସା ପାଇଁ ଘରକୁ ଡାକିଥିଲେ। ସେ ନିଜ କାର୍‌ ଯୋଗେ ଇରାନିଙ୍କ ଘରକୁ ଆସିବା ପରେ ପୂର୍ବପ୍ରସ୍ତୁତି ଅନୁଯାୟୀ ଅଭିଯୁକ୍ତମାନେ ତାଙ୍କୁ ଗୃହବନ୍ଦୀ କରି କାର୍‌ ଚାବି, ସୁନା ବ୍ରେସ୍‌ଲେଟ୍‌ ଓ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ। ଏହାପରେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଛୁରି ଦେଖାଇ ଭୟଭୀତ କରି ୨୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ମିଛ ମାମଲା କରିଦେବାକୁ ଇରାନି ଧମକ ଦେବାରୁ ଡାକ୍ତର ଜଣକ ୧୦ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏହାପରେ ବଳପୂର୍ବକ ଡାକ୍ତରଙ୍କ ଫୋନ୍‌ପେ’ରୁ ଅଭିଯୁକ୍ତମାନେ ୧ଲକ୍ଷ ଟଙ୍କା ନେଇଯାଇଥିଲେ। ପରେ ଅଭିଯୁକ୍ତମାନେ ଡାକ୍ତରଙ୍କ କାର୍‌ରେ ତାଙ୍କ ଘରକୁ ଯାଇ ୯ଲକ୍ଷ ଟଙ୍କାର ଚେକ୍‌ ଧରି ନିଜ ଘରକୁ ପଳାଇଥିଲେ। ଦୁଇଦିନ ପରେ ଡାକ୍ତର ଜଣଙ୍କ ଥାନାରେ ଏତଲା ଦେଇଥିଲେ। ପୋଲିସ ଆଇପିସି ଦଫା ୩୪୨, ୩୬୫, ୩୮୫, ୩୮୬, ୩୮୭ ଓ ୩୮୯ରେ ଏକ ମାମଲା (ନଂ.୨୩୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଗିରିଜାଙ୍କ ନାଁରେ ଜଙ୍କିଆ ଥାନାରେ ଏକ ହତ୍ୟା ମାମଲା ରହିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଆପରାଧିକ ଇତିହାସ ବିଷୟରେ ପୋଲିସ ଅଧିକ ଖୋଳତାଡ଼ କରୁଛି। ଏହି ଗ୍ୟାଙ୍ଗ ପୂର୍ବରୁ ଏଭଳି ଦୁଇଜଣଙ୍କଠରୁ ଟଙ୍କା ଲୁଟିଥିବାବେଳେ ଏନେଇ ଥାନାରେ ରିପୋର୍ଟ ହୋଇ ନ ଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri