ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ

ମାଲକାନଗିରି,୨୮ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍‌.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍‌.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷୟ ସମ୍ପୂର୍ଣ ମିଥ୍ୟା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତିି। ଖବରରୁ ଜଣାପଡିଛି, ଏମ୍‌.ଭି.-୫୦ ଗ୍ରାମର ଭବେଶ ମଣ୍ଡଳଙ୍କ ପୁଅ ଭାଗ୍ୟଧର ମଣ୍ଡଳ ଏମ୍‌.ଭି.-୧୨୨ ଗ୍ରାମର ସୁବ୍ରତ ମଣ୍ଡଳଙ୍କ ଝିଅ ତାପସୀ ମଣ୍ଡଳଙ୍କୁ ପ୍ରେମ କରିଥିଲେ। ତେବେ ଗତ କିଛିଦିନ ତଳେ ଏହି ଦୁଇଜଣ ରେଜିଷ୍ଟ୍ରାର ଅଫିସରେ ବିବାହ ମଧ୍ୟ କରଥିଲେ। ପରେ ତାପସୀଙ୍କ ବାପା ସୁବ୍ରତ ଏମ୍‌.ଭି.- ୫୦ ଗ୍ରାମକୁ ଯାଇ ଝିଅକୁ ବୁଝାଶୁଝା କରି ଏହାର ସମାଧାନ କରିବା, ତୁମ ଦୁହିଁଙ୍କୁ ମୁଁ ବାବାହ କରାଇବି ବୋଲି କହି ଝିଅକୁ ନିଜ ଘରକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ଝିଅକୁ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରିଥିଲେ। ଏ ବିଷୟରେ ଝିଅ ଜାଣି ପୁନର୍ବାର ନିଜ ଶାଶୁ ଘର ଏମ୍‌.ଭି. ୫୦ ଗ୍ରାମକୁ ଫେରି ଆସିଥିଲେ। ପରେ ଏମ୍‌.ଭି.- ୫୦ ଗ୍ରାମରେ ଗ୍ରାମବାସୀଙ୍କ ଏକ ବୈଠକ ବସିଥିଲା। ବୈଠକରେ ସୁବ୍ରତ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିଲେ। ଗତ ୨୫ ତାରିଖରେ ସୁବ୍ରତ ଏ ସମ୍ପର୍କରେ ଓର୍କେଲ ଥାନାରେ ଏମ୍‌.ଭି. ୫୦ଗ୍ରାମର ଗ୍ରାମବାସୀ ତାଙ୍କ ଝିଅକୁ ଅପହରଣ କରି ନେଇଛନ୍ତି ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହା ଏମ୍‌.ଭି.-୫୦ ଗ୍ରାମବାସୀ ୨୬ ତାରିଖରେ ଜାଣିବା ପରେ ମଙ୍ଗଳବାର ଗ୍ରାମବାସୀଙ୍କ ସହ ଭାଗ୍ୟଧର ମଣ୍ଡଳ, ତାପସୀ ମଣ୍ଡଳ ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ, ଗ୍ରାମବାସୀ ମାନେ ତାଙ୍କ ଝିଅକୁ ଅପହରଣ କରିନାହାନ୍ତି। ଏନେଇ ତାପସୀ କହିଛନ୍ତି ଯେ, ସେ ନିଜ ଇଛା ମୁତାବକ ଭାଗ୍ୟଧରଙ୍କୁ ପ୍ରେମ କରି ବିବାହ କରିଛନ୍ତି। ସ୍ବଇଛାରେ ଭାଗ୍ୟଧରଙ୍କ ଘରକୁ ଆସିଛନ୍ତି। ଏଥିରେ ଗ୍ରାମବାସୀଙ୍କ କୌଣସି ଦୋଷ ନାହିଁ କି ଗ୍ରାମବାସୀ ତାଙ୍କୁ ଅପହରଣ କରିନାହାନ୍ତି। ତାଙ୍କ ବାପା ଯେଉଁ ଅପହରଣ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri